ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଅସ୍ଥାୟୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ , ଉମରକୋଟରୁ ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ

Published By : Suraj Kumar | July 2, 2025 7:35 PM

ଉମରକୋଟ, ୨।୭ ଉମରକୋଟ ଠାରୁ   ନବରଙ୍ଗପୁର କୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥ ଝରିଗାଁ ବ୍ଲକ  ଧୋଡ୍ରା ନିକଟସ୍ଥ ନାଗି ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଉପର ଦେଇ  ବନ୍ୟା ଜଳ ପ୍ରବାହିତ ହେଉଛି। ଏଥି ଯୋଗୁଁ  ପୋଲ ଉପର ଦେଇ ଯାତାୟାତ ବନ୍ଦ ରହିଛି । ଫଳରେ ଉକ୍ତ ରାସ୍ତା ଦେଇ ଉମରକୋଟ ରୁ ନବରଙ୍ଗପୁର ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଅନେକ ଗାଡି ଅଟକି ରହିଛି । ତେବେ କେହି ଗାଡି କିମ୍ବା ଯାତ୍ରୀ ଉକ୍ତ ପୋଲ ଉପରେ ଯାତାୟାତ କରି  ଦୁର୍ଘଟଣା ର ଶିକାର ହେବାର ଆଶଙ୍କା ପ୍ରକାଶ କରି ଅସ୍ଥାୟୀ ପୋଲକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆ ଯାଇଛି ।   

ତେଣୁ ଏହି ରାସ୍ତାରେ ଯାତାୟତ କରୁଥିବା ଯାନବାହାନକୁ ବିକଳ୍ପ ରାସ୍ତା ଦେଇ ଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।  ବଡ଼ଭରଣ୍ଡୀ ମହୁଲି ଦେଇ ଧୋଡ୍ର ଉମରକୋଟ ଗରମ୍ଭା ପୂର୍ଲା ଛକ ଦେଇ ବିକଳ୍ପ ରାସ୍ତାରେ   ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଉମରକୋଟ  ଠାରୁ ଯାଉଥିବା ଦୂରଗାମୀ ବସ ଗୁଡିକ ବର୍ତ୍ତମାନ ଉକ୍ତ ବିକଳ୍ପ ରାସ୍ତାଦେଇ ଯାତାୟାତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.