ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ସଙ୍କଟରେ ଆଫଗାନ ଶରଣାର୍ଥୀଙ୍କ ଭବିଷ୍ୟତ; ପାକିସ୍ତାନ ଏବଂ ଇରାନରୁ ବିତାଡ଼ିତ ପରେ ନିର୍ଯାତନା ଦେଉଛି ତାଲିବାନ୍…

Published By : Ladu Kishor | July 24, 2025 9:50 PM

ନୂଆଦିଲ୍ଲୀ: ତାଲିବାନ ସରକାର ପୁଣି ଥରେ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନର ଟାର୍ଗେଟରେ ଆସିଛି। ଜାତିସଂଘର ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନ ଏବଂ ଇରାନରୁ ବଳପୂର୍ବକ ବାହାର କରାଯାଇଥିବା ଅନେକ ଆଫଗାନ ନାଗରିକଙ୍କୁ ତାଲିବାନ ନିର୍ଯାତନା ଏବଂ ଧମକ ଦେଉଛି । ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ କି, ପାକିସ୍ତାନ ଏବଂ ଇରାନ ଲକ୍ଷ ଲକ୍ଷ ଆଫଗାନ ଲୋକଙ୍କୁ ଦେଶରୁ ବାହାର କରି ଦେଉଛନ୍ତି, ଯେଉଁମାନେ କି ବେଆଇନ ଭାବରେ ସେଠାରେ ରହି ଆସୁଥିଲେ। 

ଜାତିସଂଘ ମିଶନ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନକୁ ଫେରିଥିବା ଅନେକ ଲୋକ ତାଲିବାନ ଦ୍ବାରା ଗମ୍ଭୀର ମାନବାଧିକାର ଉଲ୍ଲଂଘନର ଶିକାର ହେଉଛନ୍ତି। କିଛି ଲୋକଙ୍କୁ ମୃତ୍ୟୁ ଧମକ ମିଳୁଛି, ଯେତେବେଳେ କି ଅନେକଙ୍କୁ ଗୁପ୍ତ ଭାବରେ ବଞ୍ଚିବାକୁ ପଡୁଛି।

ରିପୋର୍ଟରେ ଜଣେ ପୂର୍ବତନ ସରକାରୀ ଅଧିକାରୀଙ୍କ ଏକ ବିବୃତ୍ତି ଅନ୍ତର୍ଭୁକ୍ତ ହୋଇଛି।  ଯିଏ କହିଛନ୍ତି ଯେ ତାଙ୍କୁ ଗୁରୁତର ଭାବରେ ମାଡ଼ ମରାଯାଇଥିଲା, ପାଣିରେ ଭସେଇ ଦିଆଯାଇଥିଲା ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ଧମକ ଦିଆଯାଇଥିଲା। ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ ତାଙ୍କୁ ବନ୍ଧୁକ ସାହାଯ୍ୟରେ ମାଡ଼ ମରାଯାଇଥିଲା। ଏହି ଘଟଣା ଗୁଡ଼ିକ ଦର୍ଶାଉଛି ଯେ ତାଲିବାନ ଫେରି ଆସୁଥିବା ଆଫଗାନ ମାନଙ୍କ ସହିତ କଠୋର ବ୍ୟବହାର କରୁଛି।

ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ମୁଖ୍ୟ ଭୋଲକର ତୁର୍କ କହିଛନ୍ତି ଯେ, କାହାକୁ ମଧ୍ୟ ଏପରି ଦେଶକୁ ପଠାଯିବା ଉଚିତ୍ ନୁହେଁ, ଯେଉଁଠାରେ ସେମାନେ ସେମାନଙ୍କର ପରିଚୟ କିମ୍ବା ଇତିହାସ ଯୋଗୁଁ ନିର୍ଯାତନାର ସମ୍ମୁଖୀନ ହେବେ । ସେ ଆଫଗାନ ମହିଳା ଏବଂ ଝିଅ ମାନଙ୍କ ପରିସ୍ଥିତିକୁ ବିଶେଷ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି । ଏମାନେ ତାଲିବାନ ଦ୍ୱାରା କଠୋର ପ୍ରତିବନ୍ଧକରେ ପଡ଼ିଛନ୍ତି। ଯେପରିକି ସ୍କୁଲ ବନ୍ଦ, କାମ କରିବା ଉପରେ ପ୍ରତିବନ୍ଧକ ଏବଂ ସାର୍ବଜନୀନ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ।

ତାଲିବାନ ପ୍ରଶାସନ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛି। ସେ କହିଛନ୍ତି ଯେ ଫେରି ଆସୁଥିବା ଲୋକଙ୍କୁ ଡକ୍ୟୁମେଣ୍ଟ, ପରିବହନ ଏବଂ ଆଇନଗତ ସହାୟତା ଯୋଗାଇ ଦିଆଯାଉଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.