ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅଙ୍ଗନବାଡ଼ିରେ ମିଳୁ ନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି

Published By : Harapriya Sethi | November 6, 2024 2:59 PM

ଚାନ୍ଦବାଲି, ୦୬/୧୧: ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ଯୋଗୁଁ ବାରମ୍ବାର ଅଭିଯୋଗ ହୋଇଥିଲା । ଏହା ସତ୍ତ୍ୱେ ମିଳିଲାନି ନ୍ୟାୟ । ନ୍ୟାୟ ନପାଇ ଚାନ୍ଦବାଲି ଥାନାର ଦ୍ଵାରସ୍ଥ ହେଲେ ଅବିଭାବକ ଓ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଞ୍ଚାୟତ ତାଳ ଆଡିଆ ଅଙ୍ଗନବାଡ଼ି କେନ୍ଦ୍ର ନାଁରେ ଏଭଳି ଏକ ଅଭିଯୋଗ ଆସିଛି । 

ଅଙ୍ଗନବାଡ଼ି କେନ୍ଦ୍ରରେ କୁନି କୁନି ପିଲାଙ୍କୁ ମିଳୁ ନାହିଁ ରନ୍ଧା ଏବଂ ଶୁଖିଲା ଖାଦ୍ୟ । ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଆଠ ମାସ ଧରି କର୍ମୀଙ୍କ ଅବହେଳା ଯୋଗୁଁ ଏମିତି ପରିସ୍ଥିତି ଦେଇ ଗତି କରୁଛନ୍ତି କୁନି କୁନି ପିଲା । ଅଣ୍ଡା ଏବଂ ଶୁଖିଲା ଖାଦ୍ୟ ଲୁଟ୍ ହେବା ନେଇ ମହିଳା ଏବଂ ଶିଶୁ ବିକାଶ ସମ୍ୱନ୍ଧିତ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ, ଏହାର ସମାଧାନ ହୋଇ ପାରୁନାହିଁ । ସରକାର କୁନି କୁନି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ ସବୁ ସୁବିଧା ଏବଂ ବ୍ୟବସ୍ଥା କରିଛନ୍ତି, ସେଥିରୁ ପିଲାମାନେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଅଙ୍ଗନବାଡ଼ି କେନ୍ଦ୍ରକୁ ମନ ଇଚ୍ଛା କର୍ମୀ ଆସୁଛନ୍ତି । ତେଣୁ ଏହି ଘଟଣାରେ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ଓ ସହାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ଅବିଭାବକ ଓ ଗ୍ରାମବାସୀ । ଚାନ୍ଦବାଲି ବ୍ଲକ୍‌ରେ ମତୋ ସିଡିପିଓ -୨ ଙ୍କୁ ଘଟଣା ସମ୍ପର୍କରେ ପଚାରିଲା ବେଳେ ଏହି ଘଟଣାରେ ସତ୍ୟତା ନାହିଁ ବୋଲି କହିଛନ୍ତି । ଏହା ସହ ଗ୍ରାମବାସୀମାନେ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ପିଲାଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆ ଯାଉଛି । ଜିଲ୍ଲାପାଳଙ୍କୁ ଏହି ଘଟଣାରେ ଜଣାଇଛି, ତଦନ୍ତ କରିବାକୁ ଅନୁରୋଧ ମଧ୍ୟ କରାଯାଇଛି । ତଦନ୍ତ ପରେ ସମାଧାନ ହୋଇ ପାରିବ ବୋଲି ଫୋନ ଯୋଗେ ମତୋ ସିଡିପିଓ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.