ଭଦ୍ରକ,୧୫।୭:ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଆଦିବାସୀ ସାହିରେ ଘଟିଛି ଅଘଟଣ । ମୃତକ ହେଲେ ମାମୁଁ ନିଧି ମୁଣ୍ଡା ଓ ଭଣଜା ନବ ମୁଣ୍ଡା (୫)
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀ ସାହି ଗାଁ ନିକଟରେ ନବ ମୁଣ୍ଡା ମାଙ୍କଡ ଗୋଡାଉଥିଲେ । ଏହି ସମୟରେ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇ ସେ ତଳେ ପଡ଼ିଯାଇଥିଲେ । ତାଙ୍କ ମାମୁଁ ନିଧି ମୁଣ୍ଡା ଭଣଜାକୁ ବଞ୍ଚାଇବା ପାଇଁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇ ଜଣଙ୍କୁ ମେଡିକାଲ ଆଣିଥିଲେ । ଭଦ୍ରକ ମେଡିକାଲରେ ଉଭୟ ଙ୍କୁ ମୃତ ଘୋଷଣା କରାଯାଇଛି ।