ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ମାଲକାନଗିରିରେ ଅବାଧରେ ଚାଲିଛି ଗଛ କଟା, ବନ ବିଭାଗ ପାଖରେ ନାହିଁ

Published By : Gurupada Nath | February 14, 2025 8:52 PM

ମାଲକାନଗିରି, ୧୪/୨ :  ମାଲକାନଗିରି ଜିଲ୍ଲାର ବନବିଭାଗ ଅଧୀନରେ କାଲିମେଳା, ପଡ଼ିଆ, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା, କୋରକୁଣ୍ଡା, ମାଲକାନଗିରି ୭ଟି ବ୍ଲକ  ଅଧୀନରେ ହଜାର ହଜାର ହେକ୍ଟର ଜଙ୍ଗଲ ଜମି ରହିଛି । ଅନେକ ଜଙ୍ଗଲ ପାହାଡ଼ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଛି । ପୂର୍ବରୁ ଏହି ଜଙ୍ଗଲ ଗୁଡ଼ିକରେ ପ୍ରଚୁର ପରିମାଣରେ ବିଭିନ୍ନ ମୂଲ୍ୟବାନ ବୃହତ ବୃହତ ଗଛ ରହିଥିଲା । କିନ୍ତୁ ଲୋକେ ପୋଡୁଚାଷ କରିବା ସହ ଜନବସତି ବଢ଼ିବା ପରେ ଜଙ୍ଗଳ ସଫା ହେବାରେ ଲାଗିଛି । କିଛି କାଠ ମାଫିଆ ଯୋଗୁଁ ଅଧା ଜଙ୍ଗଲ ସଫା ହୋଇଗଲାଣି। ପୂର୍ବରୁ ସବୁଜ ବନାନୀରେ ଭରପୁର ହୋଇଥିଲା, ଶୀତ ଦିନେ ଶୀତ, ବର୍ଷା ଦିନେ ମାସ ଧରି ବର୍ଷା ଲାଗି ରହୁଥିଲା।  ବର୍ତ୍ତମାନ ଜଙ୍ଗଲ ସଫା ହୋଇ ଚାରିପଟେ ଲଣ୍ଡା ପାହାଡ଼ ଟାଙ୍ଗରା ଭୂଇଁ ପାଲଟି ଥିବାରୁ ଗଛପତ୍ର ଦେଖିବାକୁ ମିଳୁନି। ଏବେଠାରୁ ପ୍ରବଳ ଖରା ଲାଗି ରହିଛି, ଜଳବାୟୁରେ ପରିବର୍ତ୍ତନ ହୋଇଥିବାବେଳେ ପରିବେଶ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି । 

ବର୍ଷମାନ ଚଳିତ ମାସରୁ ଗ୍ରୀଷ୍ମ ପ୍ରବାହ ସମ୍ଭାଳି ହେଉନି । ପୂର୍ବରୁ ଲୋକେ ବିନା ପ୍ୟାନ୍ ଓ କୁଲର ଲଗାଇ ବର୍ଷ ବିତାଉଥିଲେ । କିନ୍ତୁ ଏବେ ଏସି ନ ଲଗାଇଲେ କାମ କରୁନି। କେବଳ ଜଳ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ହେଉଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି । ବନ ବିଭାଗକୁ ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଠିକ ଭାବେ ଲଗାଯାଉନି । ଯାହା କିଛି କାଁ ଭାଁ ବନିକରଣ ହୋଇଛି ତାହାର ରକ୍ଷଣାବେକ୍ଷଣ କରାଯାଉନି, ପଡିଆ, କାଲିମେଳା, ମାଲକାନଗିରି, ଖଇରପୁଟ, ଚିତ୍ରକୋଣ୍ଡା ବ୍ଲକର ଅନେକ ଜଙ୍ଗଲରୁ ମୂଲ୍ୟବାନ ଗଛ ଅବାଧରେ କଟାଯାଇ ପଡୋଶୀ ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ଜଣାପଡିଛି । 

ବିଶେଷ କରି ବଣ୍ଡାଘାଟି ମୁଦୁଲିପଡ଼ା ଓ ଅଣ୍ଡରାହଲ ଓ ଶିଖପାଲି ପଡ଼ିଆ ମୁଖ୍ୟ ରାସ୍ତାକଡ଼ ନିଲିଗୁଡା ପଞ୍ଚାୟତ ଡୁଗୁଡା ଗ୍ରାମଜଙ୍ଗଲ, ଇରାଲ ଗୁଣ୍ଡି, ମାଟାପେକା ପଞ୍ଚାୟତ ଧରମପାଲି, କତାମେଟାରୁ, ଆକରପାଲି ଗ୍ରାମ ଜଙ୍ଗଲରେ କାଠ ମାଫିଆଙ୍କ କୋପ ଦୃଷ୍ଟି ପଡିଛି । ରାସ୍ତା ପାର୍ଶ୍ଵରେ ଥିବା ଅନେକ ବଡ଼ ବଡ଼ ଗଛ କଟାଯାଇ ଚାରିପଟେ ଗଛ ବଦଳରେ  ଲଣ୍ତା ପାହାଡ଼ ଦେଖିବାକୁ  ମିଳୁଛି । ବେଧଡ଼କ ଗଛ କଟା ଚାଲିଥିଲେ ମଧ୍ୟ ବନ ବିଭାଗ ନୀରବ ରହିଛି । କାଠ ମାଫିଆଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କି ନୂତନ ଗଛ ଲଗାଇବାକୁ ଉଦ୍ୟମ କରୁନି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏହି ବେଆଇନ ଗଛ କଟା ସମ୍ପର୍କରେ ଆମେ ସହକାରୀ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କ ନିକଟରେ ଖବର ନାହିଁ, ସେ ସମ୍ପୃକ୍ତ ଅଞ୍ଚଳର ରେଞ୍ଜ ଅଫିସରଙ୍କୁ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.