ନୂଆଦିଲ୍ଲୀ,୩୦/୧୧: ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ହାଇଭୋଲ୍ଟଜ ମ୍ୟାଚ ରହିଛି । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମୁକାବିଲା ହେବ । ପୂର୍ବାହ୍ନ ୧୦ଟା ୩୦ରେ ମ୍ୟାଚ ଆରମ୍ଭ ହେବ । ଅଣ୍ଡର-୧୯ ଏସିଆ କପର ଏହା ତୃତୀୟ ମ୍ୟାଚ ।
ଏସିସି ପୁରୁଷ ଅଣ୍ଡର ୧୯ ଏସିଆ କପ୍ ଗ୍ରୁପ ଏ ରେ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବାହ୍ନ ୧୦ଟା ୩୦ରେ ମ୍ୟାଚ ଆରମ୍ଭ ହେବ । ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ମୋହମ୍ମଦ ଅମନଙ୍କ ନେତୃତ୍ବାଧୀନ ଭାରତ । ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ମ୍ୟାଚ ଖେଳାଯାଇଥିଲା । ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଥିବା ବେଳେ ନେପାଳ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ଏକ ମ୍ୟାଚ ଖେଳାଯାଇଥିଲା । ଅଣ୍ଡର-୧୯ ଏସିଆ କପ ଇତିହାସରେ ଭାରତ ଏକ ସଫଳ ଦଳ । ୧୦ଟି ସଂସ୍କରଣରେ ଭାରତ ୮ ଥର ବିଜୟୀ ହୋଇଛି ।
ଟିମ୍ ଇଣ୍ଡିଆରେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଅଛନ୍ତି । ଯାହାଙ୍କୁ ନିକଟରେ ଆଇପିଏଲ ଅକ୍ସନରେ ରାଜସ୍ଥାନ ରାୟଲ୍ସ ୧.୧୦ କୋଟି ଟଙ୍କାରେ କିଣିଛି । ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ମ୍ୟାଚ ଖେଳାଯାଇଥିଲା । ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଥିବା ବେଳେ ନେପାଳ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ଏକ ମ୍ୟାଚ ଖେଳାଯାଇଥିଲା ।
ଭାରତୀୟ ସ୍କ୍ବାର୍ଡ- ହାର୍ଦ୍ଦିକ ରାଜ, ବୈଭବ ସୂର୍ଯ୍ୟବଂଶୀ, ପ୍ରଣବ ପନ୍ତ, କେପି କାର୍ତ୍ତିକେୟ, ହରବଂଶ ସିଂହ (ୱିକେଟକିପର), ମୋହମ୍ମଦ ଅମନ (ଅଧିନାୟକ), ଆୟୁଶ ମାତ୍ର, ସି ଆନ୍ଦ୍ରେ ସିଦ୍ଧାର୍ଥ, କିରନ ଚୋରମଲେ, ସମର୍ଥ ନାଗରାଜ, ନିଖଲ କୁମାର, ୟୁଧଜିନ ଗୁହା, ଚେତନ ଶର୍ମା, ଅନୁରାଗ କବାଡେ, ଆନ୍ଦ୍ର ସିଦ୍ଧାର୍ଥ ସି, ମୋହମ୍ମଦ ଏନାମ ।
ପାକିସ୍ତାନ ସ୍କ୍ବାର୍ଡ- ମୋହମ୍ମଦ ତେୟବ, ଫରହାନ ୟୁସୁଫ, ଶହଜେବ ଖାନ, ସାଦ ବେଗ (ଅଧିନାୟକ), ହାରୁନ ଅରସଦ, ଅଲି ରଜା, ଅହମ୍ମଦ ହୁସେନ, ମୋହମ୍ମଦ ରିୟାଜୁଲ୍ଲାହ, ଇସମାନ ଖାନ, ଅଦୁଲ ସୁଭାନ, ଫହମ ଉଲ ହକ, ମୋହମ୍ମଦ ହୁଜେଫା, ଉମର ଜେବ, ମୋହମ୍ମଦ ଅହମଦ, ନବୀନ ଅହମଜ ଖାନ ।