ନୂଆଦିଲ୍ଲୀ,୨୧/୦୭:ସଂସଦର ମୌସୁମୀ ଅଧିବେଶନରେ ଗୃହରେ ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ ଉପରେ ଚର୍ଚ୍ଚା ହୋଇଛି । କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  ରାମ ମୋହନ ନାୟୁଡୁ ଜୁନ୍ ୧୨ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଗୃହରେ ବିବୃତ୍ତି ରଖିଛନ୍ତି । ବିଦେଶୀ ମିଡିଆ ଉପରେ ବର୍ଷିଛନ୍ତି ମନ୍ତ୍ରୀ ।  ସେ କହିଛନ୍ତି ଯେ, ପ୍ରୋଟୋକଲ ଅନୁଯାୟୀ AAIB ଦ୍ୱାରା ଏହି ମାମଲାର ତଦନ୍ତ କରାଯାଉଛି । ତଦନ୍ତର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ ପାଇଛି । AAIB ଉପରେ ପୁରା ଭରସା ଅଛି ଫାଇନାଲ ରିପୋର୍ଟକୁ ଅପେକ୍ଷା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଯେତେବେଳେ ବ୍ଲାକ୍ ବାକ୍ସରେ ସାମାନ୍ୟ କ୍ଷତି ହେଉଥିଲା, ଏହାକୁ ନିର୍ମାତାଙ୍କ ପାଖକୁ ପଠାଯାଉଥିଲା। କିନ୍ତୁ ଏଥର ଭାରତରେ ପ୍ରଥମ ଥର ପାଇଁ ବ୍ଲାକ୍ ବାକ୍ସର ଡିକୋଡିଂ କରାଯାଇଛି, ଯାହା ଏକ ବଡ଼ ସଫଳତା । ଦୁର୍ଘଟଣା କିପରି ଏବଂ କାହିଁକି ଘଟିଲା ସେ ବିଷୟରେ ଏକ ବିସ୍ତୃତ ତଦନ୍ତ ଜାରି ରହିଛି ଏବଂ ଚୂଡ଼ାନ୍ତ ରିପୋର୍ଟ ଆସିଲେ ହିଁନିଷ୍କର୍ଷ  ବାହାରିବ ।

ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ- ଲୋକସଭାରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କହିଥିଲେ, "ଏଏଆଇବି ବା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ସ୍ୱଚ୍ଛ ଭାବରେ ତଦନ୍ତ କରୁଛି । ଅନେକ ଗଣମାଧ୍ୟମ ଆର୍ଟିକିଲ୍ ଦେଖିଛି, ପାଶ୍ଚାତ୍ୟ ଗଣମାଧ୍ୟମ ନିଜର କାହାଣୀ ତିଆରି କରିବାକୁ ଚେଷ୍ଟା କରୁଛି । ଆମେ ସତ୍ୟ ସହିତ ଠିଆ ହୋଇଛୁ, ଏୟାର ଇଣ୍ଡିଆ କିମ୍ବା ବୋଇଂ ସହିତ ନୁହେଁ । ଏପରି ଘଟଣା ପରେ ପ୍ରତ୍ୟେକ ଦେଶରେ ଏହା ଅନୁସରଣ କରାଯାଉଥିବା ପ୍ରକ୍ରିୟା, ଏବଂ ଭାରତ ମଧ୍ୟ ସମାନ ଅନ୍ତର୍ଜାତୀୟ ମାନଦଣ୍ଡ ପାଳନ କରୁଛି । ତଦନ୍ତ ଚାଲିଥିବା ସମୟରେ ଶାନ୍ତି ବଜାୟ ରଖିବାକୁ ସେ ନିବେଦନ  ।