ନୂଆଦିଲ୍ଲୀ,୨୪/୦୧: ୨୦୨୫-୨୬ ସାଧାରଣ ବଜେଟ୍‌ ତାରିଖ ପାଖେଇ ଆସିଲାଣି । ଏ ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରସ୍ତୁତିର ଚୂଡ଼ାନ୍ତ ପ୍ରକ୍ରିୟା ଅନ୍ତର୍ଗତ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ । 

ବଜେଟ୍‌ ପରମ୍ପରା ଅନୁସାରେ, ପ୍ରତିବର୍ଷ  ବଜେଟ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ‘ଲକ୍‌-ଇନ୍‌’  ପ୍ରକ୍ରିୟା ପୂର୍ବରୁ ଏହି ଉତ୍ସବର ଆୟୋଜନ କରାଯାଇଥାଏ । ସଂସଦରେ ବଜେଟ୍‌ ଉପସ୍ଥାପନର ୫ ଦିନ ପୂର୍ବରୁ ଏ ଉତ୍ସବ ହୋଇଥାଏ । ଏହି ଉତ୍ସବ ପରେ ବଜେଟ୍‌ କାର୍ଯ୍ୟରେ  ଜଡ଼ିତ ଅଧିକାରୀମାନେ ନର୍ଥ ବ୍ଲକ୍‌ରେ ବନ୍ଦ ରୁହନ୍ତି । ସେମାନଙ୍କ ସହ କୌଣସି ପ୍ରକାର ବାହ୍ୟ ଯୋଗାଯୋଗ  ରହି ନ ଥାଏ । ମୋବାଇଲ ଫୋନ୍‌ ବ୍ୟବହାର ଉପରେ  ପ୍ରତିବନ୍ଧକ ରୁହେ । ବଜେଟ୍‌ ଦସ୍ତାବିଜ୍‌ ଯେପରି ଲିକ୍‌ ନ ହୁଏ  ସେଥିପାଇଁ ଏହି ଲକ୍‌-ଇନ୍‌ ପିରିୟଡ୍‌ ବ୍ୟବସ୍ଥା ରହିଆସିଛି ।