ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦ୍ର ବଜେଟ୍ ପୂର୍ବରୁ ହାଲୁଆ ଉତ୍ସବ, ଅପରାହ୍ନରେ ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ

Published By : Prameya | January 24, 2025 8:38 AM

ନୂଆଦିଲ୍ଲୀ,୨୪/୦୧: ୨୦୨୫-୨୬ ସାଧାରଣ ବଜେଟ୍‌ ତାରିଖ ପାଖେଇ ଆସିଲାଣି । ଏ ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରସ୍ତୁତିର ଚୂଡ଼ାନ୍ତ ପ୍ରକ୍ରିୟା ଅନ୍ତର୍ଗତ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ । 

ବଜେଟ୍‌ ପରମ୍ପରା ଅନୁସାରେ, ପ୍ରତିବର୍ଷ  ବଜେଟ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ‘ଲକ୍‌-ଇନ୍‌’  ପ୍ରକ୍ରିୟା ପୂର୍ବରୁ ଏହି ଉତ୍ସବର ଆୟୋଜନ କରାଯାଇଥାଏ । ସଂସଦରେ ବଜେଟ୍‌ ଉପସ୍ଥାପନର ୫ ଦିନ ପୂର୍ବରୁ ଏ ଉତ୍ସବ ହୋଇଥାଏ । ଏହି ଉତ୍ସବ ପରେ ବଜେଟ୍‌ କାର୍ଯ୍ୟରେ  ଜଡ଼ିତ ଅଧିକାରୀମାନେ ନର୍ଥ ବ୍ଲକ୍‌ରେ ବନ୍ଦ ରୁହନ୍ତି । ସେମାନଙ୍କ ସହ କୌଣସି ପ୍ରକାର ବାହ୍ୟ ଯୋଗାଯୋଗ  ରହି ନ ଥାଏ । ମୋବାଇଲ ଫୋନ୍‌ ବ୍ୟବହାର ଉପରେ  ପ୍ରତିବନ୍ଧକ ରୁହେ । ବଜେଟ୍‌ ଦସ୍ତାବିଜ୍‌ ଯେପରି ଲିକ୍‌ ନ ହୁଏ  ସେଥିପାଇଁ ଏହି ଲକ୍‌-ଇନ୍‌ ପିରିୟଡ୍‌ ବ୍ୟବସ୍ଥା ରହିଆସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.