ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଓଡିଶା ପାଇଁ ୨ଟି ରେଳ ପ୍ରକଳ୍ପ ମଞ୍ଜୁର

Published By : Gurupada Nath | April 4, 2025 6:35 PM

ଭୁବନେଶ୍ୱର , ୪/୪ : କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ, ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ଉଦ୍ଦିଷ୍ଟ । ଓଡିଶାର ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଫୋକସ ରହି ଆସିଛି ଏବଂ କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପ୍ରତି ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପ ଗୁଡିକ ମଞ୍ଜୁର କରୁଛନ୍ତି, ଏହା ତା’ର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ନିଶ୍ଚିତ ଭାବେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ଭାବେ ବିକଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । 

ଏହି ୨ଟି ପ୍ରକଳ୍ପ ହେଉଛି ସମ୍ବଲପୁର-ଜରପଡା(ତାଳଚେର, ଅନୁଗୋଳ) ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ ଝାରସୁଗୁଡା-ସାସନ (ସମ୍ବଲପୁର) ତୃତୀୟ ଓ ଚତୁର୍ଥ ଲାଇନ୍ । ସମ୍ବଲପୁର-ଜରପଡା ପ୍ରକଳ୍ପ ପାଇଁ ୩,୯୧୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ଝାରସୁଗୁଡା-ସାସନ ପ୍ରକଳ୍ପ ପାଇଁ ୧,୧୮୭ କୋଟି ଟଙ୍କା ବିନିଯୋଗ ହେବ । ଉଭୟ ପ୍ରକଳ୍ପ ପାଇଁ ୫,୧୦୪ କୋଟି ଟଙ୍କା ବିନିଯୋଗ ହେବ ।

ଏହି ମଲ୍ଟିଟ୍ରାକ୍ ପ୍ରକଳ୍ପ ଗୁଡିକ ଦ୍ୱାରା ସମ୍ବଲପୁର, ଅନୁଗୋଳ ଓ ଝାରସୁଗୁଡା ଜିଲ୍ଲା ଗୁଡିକରେ ରେଳ ପରିବହନ କ୍ଷେତ୍ରରେ ବ୍ୟାପକ ଗତିଶୀଳତା ଆସିବ । ଏହି ପ୍ରକଳ୍ପ ଗୁଡିକ ରେଳ ପରିଚାଳନାକୁ ସହଜ କରିବା ସହିତ ଭିଡ ହ୍ରାସ କରିବ । ପ୍ରଧାନମନ୍ତ୍ରୀଙ୍କ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ମଲ୍ଟି ମୋଡାଲ୍ ସଂଯୋଗ ପାଇଁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.