ପ୍ରମୂଖ ଖବର
  • ‘ଭାରତ ଡେଡ୍ ଇକୋନୋମି ନୁହେଁ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା’
  • ||
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ମେରିଟ୍ ଯୋଜନା କାର୍ଯ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Published By : Ladu Kishor | August 8, 2025 7:55 PM

ନୂଆଦିଲ୍ଲୀ/ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକନିକକୁ ନେଇ ଗଠିତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ଉପହାର। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏବଂ ଶାସନକୁ ଉନ୍ନତ କରିବା ମେରିଟ୍ ଯୋଜନାର ଉଦ୍ଦେଶ୍ୟ। ଏହି ‘କେନ୍ଦ୍ରୀୟ କ୍ଷେତ୍ର ଯୋଜନା’କୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୪୨୦୦ କୋଟି ଟଙ୍କା ମଧ୍ୟରୁ ବିଶ୍ୱ ବ୍ୟାଙ୍କରୁ ଋଣ ଭାବରେ ୨୧୦୦ କୋଟି ଟଙ୍କା ସହାୟତା ମିଳିବ। ଏହି ଯୋଜନା ଅଧୀନରେ ପ୍ରାୟ ୨୭୫ଟି ସରକାରୀ/ସରକାରୀ ସହାୟତା ପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନକୁ ଚୟନ ଏବଂ ସମର୍ଥନ କରାଯିବାର ଆଶା କରାଯାଉଛି । ଏଥିରେ ମନୋନୀତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି), ରାଜ୍ୟ ଇଞ୍ଜିନିୟରିଂ ପ୍ରତିଷ୍ଠାନ, ପଲିଟେକନିକ୍  ଏବଂ ଆଫିଲିଏଟିଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଏଟିୟୁ) ସାମିଲ ହେବ। ଏହା ବ୍ୟତୀତ, ବୈଷୟିକ ଶିକ୍ଷା କ୍ଷେତ୍ର ପରିଚାଳନା କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗଗୁଡ଼ିକୁ ମଧ୍ୟ ମେରିଟ୍ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ। ଏହା ବ୍ୟତୀତ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରୁ ଉପକୃତ ହେବେ।

ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତିରେ ଆମ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀର ବୈଷୟିକ ଶିକ୍ଷା ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପ । ମେରିଟ୍ ଆମର ବୈଷୟିକ ଶିକ୍ଷାକୁ ଭବିଷ୍ୟତ ଆଧାରିତ କରାଇବା ସହ ସର୍ବବ୍ୟାପୀ ଏବଂ ନବସୃଜନକୁ ଆଗେଇ ନେବ । ବହୁବିଧ ଶିକ୍ଷା, ପାଠ୍ୟକ୍ରମ ଏବଂ ଶିକ୍ଷା ସଂସ୍କାର, ଡିଜିଟାଲାଇଜେସନ୍ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ମାଧ୍ୟମରେ ବୈଷୟିକ ଶିକ୍ଷାର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବ ।  ସମାନତା ଏବଂ ଉପଲବ୍ଧିରେ  ଅସନ୍ତୁଳନକୁ ଦୂର କରିବ । ଗବେଷଣା, ନବସୃଜନ ଏବଂ ଉଦ୍ୟମିତା ଦୃଶ୍ୟପଟ୍ଟକୁ ଆହୁରି ସୁଦୃଢ଼ କରିବ। ସାଂସ୍ଥାଗତ ସୁଶାସନକୁ ମଜବୁତ କରିବ । ରୋଜଗର କ୍ଷମତାକୁ ଉନ୍ନତ କରିବା ସହ ୭.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ । 

ଏହା ବ୍ୟତୀତ ସେହିପରି କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁଓ୍ୱାଇ)ର ହିତାଧିକାରୀ ମାନଙ୍କ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ୧୨,୦୦୦ କୋଟି ଟଙ୍କା ସବସିଡି ଜାରି ରଖିବାକୁ ମଞ୍ଜୁର ଦେଇଛି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୩୩ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ ଅଛନ୍ତି । ଏହା ଦ୍ୱାରା ଗରିବ ପରିବାର ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ । ଅପରପକ୍ଷରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନିଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ସବସିଡି ଘୋଷଣା କରିବା ନିଷ୍ପତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.