ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଦୁଇଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମା' ବୁଢୀ ଠାକୁରାଣୀଙ୍କ କଲେ ଦର୍ଶନ

Published By : Anindita Ratha | August 9, 2025 10:49 AM

ବ୍ରହ୍ମପୁର,୦୯/୦୮:ଶନିବାର ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁରରେ ପହଞ୍ଚି ସେଠାରେ ଅଧିଷ୍ଠାତ୍ରୀ ଦେବୀ ମା' ବୁଢୀ  ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ଏଥିସହ ସକଳ ଜନ ମାନସର ସ୍ୱାସ୍ଥ୍ୟର ସମୃଦ୍ଧି କାମନା କରି  ମାଆଙ୍କ ନିକଟରେ ଦୀପ ଦାନ କରିଛନ୍ତି। ଏହାପରେ ଓଡ଼ିଶା ସର୍ଭିସ୍ ସ୍କୁଲ ଫର ବ୍ଲାଇଣ୍ଡର ଛାତ୍ରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ମାଆ ବୁଢୀ ଠାକୁରାଣୀ ମନ୍ଦିରର ଉନ୍ନୟନ କର୍ଯ୍ୟ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

 

କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ,ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମ,ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ସମେତ ପ୍ରମୁଖ ମାଆଙ୍କ ଦର୍ଶନ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଏହାପରେ ରାମଲିଙ୍ଗେଶ୍ୱର ପାର୍କ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିରଙ୍ଗା ରାଲିରେ ଯୋଗଦେଇଛନ୍ତି। ସେହିପରି ରାଲି ଶେଷ ହେବା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଭିମୁଖେ ପ୍ରସ୍ଥାନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦିନ ୧୧ ଟାରେ ବିଶ୍ଵବିଦ୍ୟାଳୟ ୨୬ତମ ସମାବର୍ତ୍ତନ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ପରେ ଦିନ ୧ଟାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବାହାରି ଆଇଜର୍  ଯିବେ।  ଅପରାହ୍ନ ୩ଟାରେ ଆଇଜର ଉତ୍ସବରେ ଯୋଗଦେବେ ଏବଂ ଅପରାହ୍ନ ୫ଟାରେ ଆଇଜର୍ ସେଣ୍ଟ୍ରାଲ୍ ଆନାଲିଟିକାଲ୍ ଫେସିଲିଟି, ବୟଜ୍ ହଷ୍ଟେଲ ଷ୍ଟାଫ୍ ଉଦ୍‌ଘାଟନ କରିବେ। ଏହାପରେ ସନ୍ଧ୍ୟା ୬.୩୦ରେ ଆଇଜର ସମୀକ୍ଷା ବୈଠକରେ ଯୋଗଦେଇ ଗୋପାଳପୁର ଫେରିବାର କାର୍ଯ୍ୟକ୍ରମ ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.