ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସିଙ୍ଗାପୁର-ଭାରତ ଭାଗିଦାରୀକୁ ମଜଭୁତ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | October 20, 2024 7:44 PM

ସିଙ୍ଗାପୁର, ୨୦।୧୦ : ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । 

ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ । ସିଙ୍ଗାପୁର- ଭାରତ ଭାଗିଦାରୀକୁ ଅଧିକ ମଜଭୂତ୍ କରିବାରେ ଆମର ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି । ସିଙ୍ଗାପୁରର ପ୍ରଗତିରେ ତାଙ୍କର ଯୋଗଦାନ ଅନେକ ରହିଛି ।  ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି   ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ । ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ି ହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ  ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି - ୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ ଆଲୋକପାତ କରିଥିଲେ ଶିକ୍ଷା ମନ୍ତ୍ରୀ । ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହା ଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଥିଲେ । ସେହିପରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଆଡକୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଉର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହ ଯୋଡି ହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରବାସୀଙ୍କୁ ଆହ୍ୱାନ ଦେଇଥିଲେ । 

ଏହି ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.