ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ତାଳଚେରରେ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶହୀଦ ସ୍ମୃତିପୀଠରେ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି

Published By : Bijay Swain | May 23, 2025 10:08 PM

ତାଳଚେର, ୨୩/୦୫: ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ନାଗରିକ ମଞ୍ଚ ତରଫରୁ ଆୟୋଜିତ ଏହି ପରାକ୍ରମ ଶୋଭାଯାତ୍ରା ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଉପ-ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନ ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି, ସାରା ବିଶ୍ୱ ଅପରେସନ ସିନ୍ଦୁର ଜରିଆରେ ଭାରତର ପରାକ୍ରମ ଓ ଶୌର୍ଯ୍ୟକୁ ଦେଖିଛି। ଏହି ପରାକ୍ରମ ଶୋଭାଯାତ୍ରା ଆମର ସୈନ୍ୟଶକ୍ତି ଓ ସାମରିକ ଶକ୍ତିର ପରାକାଷ୍ଠା ଏବଂ ଦେଶ ମାତୃକା ପ୍ରତି ଜନସାଧାରଣଙ୍କର ଥିବା ସମ୍ମାନକୁ ଦର୍ଶାଉଛି। ପରାକ୍ରମ ତଥା ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ଦେଶ ଆଜି ଏକଜୁଟ ହୋଇଛି। ଅପରେସନ ସିନ୍ଦୁରର ସଫଳତା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ତିନି ସେନାର ବୀର ଯବାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘ପରାକ୍ରମ ଶୋଭାଯାତ୍ରା’ ଦେଶପ୍ରୀତିର ନିଚ୍ଛକ ନିଦର୍ଶନ ବୋଲି ଶୁକ୍ରବାର ତାଳଚେରରେ ଆୟୋଜିତ ଏହି ଶୋଭାଯାତ୍ରା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.