ଅନୁଗୁଳ, ୧୯/୧୧: ଆସନ୍ତା ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ  ରହିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି ରାତିରେ  ନାଲ୍‌କୋନଗରଠାରେ  ପହଞ୍ଚିବେ । ସେଠାରେ  ରାତ୍ରିରହଣି ପରେ  ୨୦ ତାରିଖରେ ଜିଲ୍ଲା  ସଦର ମହକୁମାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସକାଳେ ଲକ୍ଷ୍ମୀବଜାର  ସ୍ଥିତ ରାଣୀସତୀ ଦାଦୀ  ମନ୍ଦିରରେ ଦର୍ଶନ କରିବେ । ପରେ ସର୍କିଟ୍‌ ହାଉସଠାରେ  ଅନୁଷ୍ଠିତ ହେବାକୁ ଥିବା ‘ଦିଶା’ ବୈଠକରେ ଯୋଗ ଦେବେ । ଅପରାହ୍ଣରେ ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା  ଆର୍‌ପିଡିଏସି ବୈଠକରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି । ଶ୍ରୀ ପ୍ରଧାନଙ୍କ ଗସ୍ତକୁ ନେଇ ବିଜେପି ଶିବିର  ବେଶ୍‌ ଉତ୍ସାହିତ ଥିବା ବେଳେ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  ଚାଲିଥିବା ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି ।