କପ୍ତିପଦା-୧,୦୫/୦୬: ଜୟ କିଷାନର ନାରାକୁ ଗୁରୁତ୍ୱ ତଥା କୃଷି ଆମର ସର୍ବସ୍ୱ କୃଷିର ଉନ୍ନତି ହେଲେ ସମାଜର ଉନ୍ନତି, ଏହାକୁ ପ୍ରତିପାଦନ କରିବାକୁ ଯାଇ ମାନସ କୁମାର ପରିଡା ଏକ ନିଆରା ଢଙ୍ଗରେ ନିଜର ବିବାହ ଉତ୍ସବ ପାଳନ କରିଛନ୍ତି । ଏହାକୁ ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼। 

ଯଦିଓ ସେ ନିକଟସ୍ଥ ନୁଆସାହି ଡିଗ୍ରୀ ମହାବିଦ୍ୟାଳୟରେ ଡିଇଓ ଭାବରେ କାର୍ଯ୍ୟରତ ତଥାପି ସେ ନିଜ କର୍ମରୁ ଟିକିଏ ଫୁରୁସତ ପାଇଲେ ଚାଷ କାମକୁ ଗୁରୁତ୍ୱ ଦିଅନ୍ତି । କୃଷି କାର୍ଯ୍ୟକୁ ପାରମ୍ପରିକ ରୀତିରେ ନକରି ଉନ୍ନତ ଯନ୍ତ୍ରପାତି ପ୍ରୟୋଗ କରି ଅଧିକ ଉତ୍ପାଦନ ତଥା ସ୍ୱରୋଜଗାର ବଢାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇ ଏକ ଟ୍ରାକ୍ଟରକୁ ଫୁଲରେ ସଜାଇ ବର୍ଣ୍ଣାଢ୍ୟ ପରିବେଶରେ ବରଯାତ୍ରୀ ସହ ଯାଇ କନ୍ୟାଘର ପାଖରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ :-  Crime News : ଯୁବକଙ୍କ ମୁଣ୍ଡକୁ ଲୁହାଛଡ଼ରେ ପିଟି ହତ୍ୟା ଉଦ୍ୟମ ମାମଲାରେ ଆକ୍ରମଣକାରୀ ଗିରଫ

ଏହି କାର୍ଯ୍ୟକକୁ କରିବା ପାଇଁ ତାଙ୍କର କେତେଜଣ ସାଙ୍ଗ ତଥା ମାମା ଫୁଲଘର, ନୂଆସାହିର ମାଲିକ ଆଶୀର୍ବାଦ ବେହେରା ତାଙ୍କ ପିଲାମାନଙ୍କୁ ନେଇ ଦୀର୍ଘ ଚାରିଦିନ ଅକ୍ଲାନ୍ତ ପରିଶ୍ରମ କରି ଟ୍ରାକ୍ଟରକୁ ଫୁଲରେ ସଜାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ, ନବୀନ, ସିପା, ରଞ୍ଜନ, ପାକୁଲି, ବାପୁନ, ଅଜୟ ମାମୁଁ, ବିଟୁ ମାମୁଁ ଏବଂ କଲେଜରୁ ମାନସକୁମାର, କାଳିଆଭାଇ, ଶଶୀଭାଇ ପ୍ରମୁଖ ସହଯୋଗ କରିଥିଲେ ।