ଭୁବନେଶ୍ୱର ୦୫/୦୬: ଜଣେ ଯୁବକଙ୍କୁ ମୁଣ୍ଡକୁ ଲୁହାଛଡ଼ରେ ପିଟି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କ ଗିରଫ କରିଛି। ତା’ ନାମ ଷଣ୍ଢ ଓରଫ ଶୁଭାଶିଷ କୁମାର ନାୟକ (୨୦) । ଘର ଖୋର୍ଦ୍ଧା କାଇପଦର । ସେ କାରଗିଲ ବସ୍ତିରେ ରହୁଥିଲା ।
ଅଧିକ ପଢ଼ନ୍ତୁ :- Ramayan Drama Clash: ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ କିନ୍ନର ମୁହାଁମୁହିଁ, ଥାନାରେ ହୋହାଲ୍ଲା
ସୂଚନା ଅନୁଯାୟୀ, ଏସ୍.ରୋନିତ ନାମକ ଜଣେ ଯୁବକ ତାଙ୍କ ସାଙ୍ଗମାନଙ୍କ ସହ ୟୁନିଟ୍-୩କୁ ଖାଇବାକୁ ଯାଇଥିଲେ । ରାତିସାଢ଼େ ୧୧ଟାବେଳେ ଫେରୁଥିବା ବେଳେ ମହାକାଳୀ ଅଟାକଳ ନିକଟରେ କିଛି ପିଲାଝଗଡ଼ା କରୁଥିବା ଦେଖିଥିଲେ । ଏହି ସମୟରେ ବରୁଣ ରାୟ ନାମ ଜଣେ ଯୁବକ ଓ ତାସହଯୋଗୀମାନେ ମିଶି ଲୁହାଛଡ଼ରେ ରୋନିତଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନାରେ ଏକମାମଲା ରୁଜୁ ହୋଇଥିଲା । ପୁଲିସ ଆକ୍ରମଣସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିଥିଲା । ଗୁରୁବାର ପୁଲିସ ମାଷ୍ଟରକ୍ୟାଣ୍ଟିନ ଛକରୁ ଷଣ୍ଢକୁ ଗିରଫ କରି କୋର୍ଟ ଚାଲାଣ କରିଛି ।