କେନ୍ଦୁଝର, ୧୩/୦୯: କେନ୍ଦୁଝର ଜିଲ୍ଲା ସଦର ଥାନା ଖଜୁରୀ ମୁଣ୍ଡି ଗାଁ ନିକଟସ୍ଥ ଛାମୁଣ୍ଡା ନାଳରେ ଏକ ଅଜଣା ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଶୁକ୍ରବାର ସକାଳୁ ଖଜୁରୀ ମୁଣ୍ଡି ଗାଁ ଲୋକ ଛତୁ ପାଇଁ ଜଙ୍ଗଲରୁ ଯାଇଥିଲେ । ଏତିକି ବେଳେ ଗାଁ ନିକଟସ୍ଥ ଛାମୁଣ୍ଡା ନାଳରେ ଏକ ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃ-଼ତଦେହ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୁଲିସ ।  ​​​​​​​