ନୂଆଦିଲ୍ଲୀ,୨୪/୧୦: ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଯାଇଥିବା ବେଳେ ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ କ୍ୟାଣ୍ଟର ଅଣାୟତ୍ତ ହୋଇ ରାସ୍ତା କଡରେ କାରର ଚକା ବଦଳାଉଥିବା ପିଲା ଉପରେ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।
ସେହିପରି ଅନ୍ୟପଟେ ରାଜସ୍ଥାନର ସିରୋହରେ ଜାତୀୟ ରାଜପଥରେ ଏକ କାରର ଭାରସାମ୍ୟ ହରାଇ ଏକ ନାଳରେ ପଡିଯାଇଥିଲା ।ଫଳରେ ଏହି ଦୁର୍ଘଟଣାରେ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ କ୍ଷତିଗ୍ରସ୍ତ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିବାରକୁ ମଧ୍ୟ ଜଣାଇ ଦିଆଯାଇଥିବା ସୂଚନା ମିଳିଛି।