ନୂଆଦିଲ୍ଲୀ,୨୨/୦୩: ୟୁପିଆଇରେ ନେଣଦେଣ କରୁଥିଲେ ବ୍ୟାଙ୍କ ସହ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ସକ୍ରିୟ ରଖିବା ଅନିବାର୍ଯ୍ୟ ହେବ । ଯଦି ଏହି ନମ୍ବର ସକ୍ରିୟ ନାହିଁ ତେବେ ଏହାକୁ ତୁରନ୍ତ ସକ୍ରିୟ କରାଇ ନେବା ଆବଶ୍ୟକ । କାରଣ ଏପ୍ରିଲରୁ ଅଚଳ ମୋବାଇଲ ନମ୍ବରରେ କାମ କରିବନି ୟୁପିଆଇ । ଫଳରେ ୟୁଜର ଏହା ଦ୍ୱାରା ପେମେଣ୍ଟ କରିବାରେ ସମସ୍ୟା ସାମ୍ନା କରିବାର ଢ଼େର ସମ୍ଭାବନା ରହିଛି।
ଏପ୍ରିଲ ପହିଲାରୁ ଏ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ପୁରୁଣା ନମ୍ବର ଅଚଳ ସହ ଲିଙ୍କ ରହିଛି ସେମାନେ ନୂଆ ନିୟମ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଲିଙ୍କ୍ ନମ୍ବରକୁ ସକ୍ରିୟ କରାଇବା ଆବଶ୍ୟକତା ରହିଛି ।