ଭୁବନେଶ୍ୱର,୧୮/୦୫: ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ ଧରଣର ଅଦଳବଦଳ ହୋଇଛି । ଟାଉନ ପ୍ଲାନର, ଫିଲ୍ଡ ଇନ୍‌ସ୍ପେକ୍ଟର ଏବଂ ରେଭିନ୍ୟୁ ଇନ୍‌ସ୍ପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି । ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ଟାଉନ ପ୍ଲାନରଙ୍କୁ ବଦଳି କରାଯାଇଛି । ବିଏମ୍‌ସିରେ ଥିବା ୨ ଟାଉନ ପ୍ଲାନର ସସ୍ମିତା ଗୁରୁ ଏବଂ ସୌରଭ ମହାପାତ୍ରଙ୍କୁ ଯଥା କ୍ରମେ କଟକ ମହାନଗର ନିଗମ (ସିଏମ୍‌ସି) ଏବଂ ରାଉରକେଲା ମହାନଗର ନିଗମ (ଆରଏମ୍‌ସ) ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମର (ବିଇଏମ୍‌ସି)ରୁ ଦୀପକ କୁମାର ହାସଁଦା ଏବଂ କଟକ ମହାନଗର ନିଗମ(ସିଇଏମ୍‌ସି)ରୁ ରଶ୍ମିତା ପ୍ରିୟଦର୍ଶିନୀ, ସତିଶ ଦାସ ଏବଂ ସମ୍ବଲପୁରରୁ ଶୁଭଲକ୍ଷ୍ମୀ ଖରମିକୁ ବିଏମ୍‌ସିକୁ ବଦଳି କରାଯାଇଛି। ଏହା ସହ ଫିଲ୍ଡ ଇନ୍‌ସ୍‌ପେକ୍ଟର ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି ।

ବିଏମ୍‌ସିରୁ ୫ ଜଣ ଏଫ୍ଆଇ ବଦଳିଛନ୍ତି । କାମଦେବ ମତଗଜା ସିଂହଙ୍କୁ ରାଉରକେଲା ମହାନଗର ନିଗମ, ନିରଞ୍ଜନ ବାହିନୀପତିଙ୍କୁ ଆସ୍କା, ପ୍ରମୋଦକୁମାର ମୁଦୁଲିଙ୍କୁ ଢେଙ୍କାନାଳ ମୁନିସିପାଲିଟି, ପି କୁମାର ପ୍ରଧାନ କଟକ ମହାନଗର ନିଗମକୁ ବଦଳି କରାଯାଇଛି । ଏହା ସହ ୧୮ ଜଣ ଆରଆଇଙ୍କୁ ମଧ୍ୟ ବଦଳି କରାଯାଇଛି । ସେଥିମଧ୍ୟରେ ପ୍ରଶାନ୍ତ କୁମାର ସେଠୀଙ୍କୁ ଜଟଣୀ, ସତ୍ୟବ୍ରତ ମିଶ୍ରଙ୍କୁ କଟକ ମହାନଗର ନିଗମ (ସିଏମ୍‌ସି) ବଦଳି କରାଯାଇଛି।

ଅଧିକ ପଢ଼ନ୍ତୁ :-  ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ, ଯୋଗ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ