ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଆକ୍ସନ, ଆମେରିକାରୁ ବାହାର କଲେ ୫୩୮ ଅବୈଧ ପ୍ରବାସୀ

Published By : Rasmita Pradhan | January 24, 2025 3:08 PM

ୱାଶିଂଟନ୍, ୨୪/୦୧ : ଶାସନ ଭାର ଗ୍ରହଣ କରିବା ପରେ ଆକ୍ସନ ମୁଡ୍‌ରେ ଟ୍ରମ୍ପ । ଅବୈଧ ପ୍ରବାସୀଙ୍କୁ ଗୋଟି ଗୋଟି କରି ଦେଶରୁ ବାହାର କରୁଛନ୍ତି ସରକାର। ଆମେରିକାରେ ଏବେ ୫୩୮ ଜଣ ଅବୈଧ ପ୍ରବାସୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ବହୁ ଲୋକଙ୍କୁ ସେନା ବିମାନରେ ବସାଇ ଦେଶ ବାହାରେ ଛାଡ଼ି ଦିଆଯାଇଛି। ଏନେଇ ହ୍ଵାଇଟ୍ ହାଉସ୍‌ର ପ୍ରେସ୍ ସେକ୍ରେଟାରୀ କ୍ୟାରୋଲିନ ଲିବିଟ୍ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅବୈଧ ପ୍ରବାସୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ଟ୍ରମ୍ପ କହିଥିଲେ ଯେ, ଗତ ୪ ବର୍ଷ ମଧ୍ୟରେ ଆମେରିକାରେ ଲକ୍ଷାଧିକ ପ୍ରବାସୀ ଅବୈଧ ଭାବରେ ପ୍ରବେଶ କରିଛନ୍ତି। ଏହି ଲୋକମାନଙ୍କୁ ବାହାର କରିବା ନିହାତି ଆବଶ୍ୟକ। ଏମାନେ ସିଧାସଳଖ ଭାବେ ଫ୍ଲାଇଟ୍ କିମ୍ଵା କମରସିଆଲ୍ ଫ୍ଲାଇଟ୍‌ରେ ଆସିଛନ୍ତି। ଆମେରିକାର ବିଭିନ୍ନ ସ୍ଥାନରେ ରହୁଛନ୍ତି। ଏମାନେ ଆମେରିକାର ଆଇନ ଉଲ୍ଲଙ୍ଘନ କରୁଛନ୍ତି। ଏହି ଅବୈଧ ପ୍ରବାସୀମାନେ ଆମେରିକୀୟଙ୍କ ପାଇଁ ବିପଦ ପାଲଟିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ଏବଂ ପବ୍ଲିକ ସେଫ୍ଟି ଅସୁରକ୍ଷିତ ହୋଇପଡିଛି। ନିର୍ଦ୍ଦୋଷ ଆମେରିକୀୟମାନେ ଏମାନଙ୍କ ଅପରାଧର ଶିକାର ହେଉଛନ୍ତି।  

ଏହି ଖବରଟିକୁ ପଢନ୍ତୁ-ଆମେରିକା ହସ୍ପିଟାଲରେ ଭାରତୀୟ ଗର୍ଭବତୀଙ୍କ ଭିଡ଼, ଫେବ୍ରୁଆରୀ ୨୦ ପୂର୍ବରୁ ପିଲା ଜନ୍ମ ନ ହେଲେ ମିଳିବନି ନାଗରିକତା

ସୂଚନାନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଗତ ୩ ଦିନ ମଧ୍ୟରେ ଶତାଧିକ ଅବୈଧ ପ୍ରବାସୀଙ୍କୁ ଗିରଫ କରାଯାଇଛି। ଯାହାକି ଆମେରିକା ଇତିହାସରେ ସବୁଠୁ ବଡ଼ ଅପରେସନ। ଜାନୁଆରୀ ୨୩ରେ ଆମେରିକା କଂଗ୍ରେସ ଲେକନ ରିଲେ ଆକ୍ଟକୁ ମଞ୍ଜୁରି ଦେଇଥିଲା। ଏହି ଆକ୍ଟ ଅନୁସାରେ ଆମେରିକାରେ ରହୁଥିବା ସମସ୍ତ ଅବୈଧ ପ୍ରବାସୀଙ୍କୁ ବାହାର କରାଯିବ। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.