ନୂଆଦିଲ୍ଲୀ, ୧୪/୦୩ : ଆହୁରି ଭୀଷଣ ହେଲା ଇରାନ-ଆମେରିକା ଯୁଦ୍ଧ। ଇରାନର କ୍ରାଉନ ଜୁଏଲ ଖାର୍ଗ ଦ୍ଵୀପରେ ଆମେରିକାର ଜୋରଦାର୍ ଆକ୍ରମଣ। ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବୋମା ହମଲା କଲା ଆମେରିକା। ଖାର୍ଗ ଦ୍ଵୀପରେ ଥିବା ସାମରିକ ଲକ୍ଷ୍ୟସ୍ଥଳୀକୁ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ଧ୍ଵଂସ କରିଥିବା ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ଏହା ସହ ଆମେରିକା ରାଷ୍ଟ୍ରପତି ଇରାନକୁ ଚେତାବନୀ ଦେଇଛନ୍ତି। ହୋର୍ମୁଜରେ ବାଧାଦେଲେ ତୈଳ ଅନୁଷ୍ଠାନକୁ ଆକ୍ରମଣ କରାଯିବ। ଏହା ସହ ପ୍ରତି ଆକ୍ରମଣ କଲେ ତେହେରାନରେ ଆହୁରି ଘାତକ ଆକ୍ରମଣ କରାଯିବ ବୋଲି କହିଛନ୍ତି ଟ୍ରମ୍ପ।
ସୋସିଆଲ ମିଡିଆରେ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ସେନାର ଖାର୍ଗ ଦ୍ୱୀପରେ ସମ୍ପୂର୍ଣ୍ଣ ତୈଳ ଭିତ୍ତିଭୂମିକୁ ଧ୍ୱଂସ କରିବାର କ୍ଷମତା ଥିଲା, କିନ୍ତୁ ସେମାନେ ଏପରି କଲେ ନାହିଁ। ସାରା ବିଶ୍ଵରେ ଶକ୍ତି ଯୋଗାଣକୁ ପ୍ରଭାବିତ ନ କରିବା ପାଇଁ ଆମେରିକା ଜାଣିଶୁଣି ତୈଳ ଭିତ୍ତିଭୂମିକୁ ଟାର୍ଗେଟ କରିନାହିଁ। ଯଦି ଇରାନ କିମ୍ବା ଅନ୍ୟ କୌଣସି ଦେଶ ହୋର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ସୁରକ୍ଷିତ ପଥକୁ ବାଧା ଦିଅନ୍ତି, ତେବେ ଆମେରିକା ତାର ନିଷ୍ପତ୍ତି ପରିବର୍ତ୍ତନ କରି ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରିବ।
କାହିଁକି ଗୁରୁତ୍ଵପୂର୍ଣ୍ଣ ଖାର୍ଗ ଦ୍ଵୀପ ?
ରଣନୈତିକ ଦୃଷ୍ଟିରୁ ଖାଇର୍ଗ ଦ୍ଵୀପ ଇରାନ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏହା ଇରାନ ଅର୍ଥନୀତିର ମେରୁଦଣ୍ଡ। ଇରାନର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତୈଳ ରପ୍ତାନୀ ଖାର୍ଗ ଦ୍ଵୀପ ଦେଇ ହୋଇଥାଏ। ଏହା ଇରାନ ଉପକୂଳ ଠାରୁ ପ୍ରାୟ ୨୫ ରୁ ୩୦ କିମି ଦୂରରେ ଅବସ୍ଥିତ। ଯଦି ଆମେରିକା ଏହି ଦ୍ଵୀପକୁ କବ୍ଜାକୁ ନେଇଯିବ ତାହେଲେ ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଠପ୍ ହୋଇଯିବ।
ଇରାନର ପ୍ରତିଜବାବ
ଆମେରିକାର ଏହି ଆକ୍ରମଣ ପରେ ଇରାନର ସାମରିକ ସଂଗଠନ IRGC ଖୋଲାଖୋଲି ଧମକ ଦେଇଛି । ଇରାନ କହିଛି ଯେ, ଯଦି ତାଙ୍କର ଶକ୍ତି ଉତ୍ସ ବା ତୈଳ ଭିତ୍ତିଭୂମି ଉପରେ ସାମାନ୍ୟ ଆଘାତ ଲାଗେ, ତେବେ ସେମାନେ ସମଗ୍ର ଅଞ୍ଚଳରେ ଥିବା ଗ୍ୟାସ୍ ଓ ତୈଳ ପାଇପଲାଇନରେ ନିଆଁ ଲଗାଇ ଦେବେ । ଆମେରିକା ଏବେ ମଧ୍ୟପ୍ରାଚ୍ୟକୁ ଅତିରିକ୍ତ ୨୫୦୦ ସୈନିକ ଏବଂ ଏକ ଶକ୍ତିଶାଳୀ ଆମ୍ଫିବିଅସ୍ ଆସଲ୍ଟ ସିପ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛି । ବିଶେଷଜ୍ଞଙ୍କ ମତରେ, ୧୪ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଆମେରିକା ପ୍ରଥମ କରି ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିଛି। ଯାହା ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ।
ଆହୁରି ପଢନ୍ତୁ- ଇରାନର ଏହି ଛୋଟ ଦ୍ଵୀପକୁ ଛୁଇଁବାକୁ ଆମେରିକାର ନାହିଁ ସାହାସ, ଆକ୍ରମଣ କଲେ ତୃତୀୟ ବିଶ୍ଵଯୁଦ୍ଧ