ନୂଆଦିଲ୍ଲୀ,୨୩।୫: କଙ୍ଗୋ ଓ ୟୁଗାଣ୍ଡାରେ ଦ୍ରୁତ ଗତିରେ ବ୍ୟାପିଥିବା ଇବୋଲା ଭାଇରସର ବିପଦ ଆମେରିକାରେ ପହଁଞ୍ଚିଛି। ଆମେରିକା ସେହି ଗ୍ରୀନ୍ କାର୍ଡ ହୋଲ୍ଡରଙ୍କ ଦେଶରେ ପ୍ରବେଶ ଉପରେ ରୋକ ଲଗାଇ ଦେଇଛି, ଯିଏକି ଗତ ୨୧ ଦିନରେ କଙ୍ଗୋ, ୟୁଗାଣ୍ହା ଓ ସୁଡାନରେ ରହିଛନ୍ତି। ଏହା ପଛରେ ଇବୋଲାକୁ ନେଇ ଚିନ୍ତାର ରହିଛି। ପୂର୍ବରୁ ଆମେରିକା ନାଗରିକ ଓ ଗ୍ରୀନକାର୍ଡ ହୋଲ୍ହରଙ୍କୁ ୩୦ ଦିନ ଇବୋଲା କଟକଣାରୁ ଛାଡ ଦେଇଥିଲେ, କିନ୍ତୁ ଶୁକ୍ରବାର ଗ୍ରୀନ୍ କାର୍ଡଧାରୀଙ୍କୁ ମଧ୍ୟ ଏଥିରେ ସାମିଲ କରି ଦିଆଯାଇଛି।
ଆମେରିକାର ସେଣ୍ଟ୍ରାଲ ଫର ଡିଜିଜ୍ କନଟ୍ରୋଲ ଶୁକ୍ରବାର କହିଛି ଯେ, ଭାଇରସକୁ ଦେଶରେ ପ୍ରବେଶରୁ ରୋକିବା ପାଇଁ ଗ୍ରୀନ୍ କାର୍ଡଧାରୀଙ୍କୁ ମଧ୍ୟ କଟକଣା ଲଗାଇବା ଆବଶ୍ୟକ ଥିଲା। ସିଡିସି ସବୁଠାରୁ ପ୍ରଥମେ ସୋମବାର ଆମେରିକାର ସାର୍ବଜନୀନ ସ୍ବାସ୍ଥ୍ୟ ଆଇନର ୪୨ ଅନୁସାରେ ପ୍ରବେଶ ଉପରେ କଟକଣା ଲଗାଇଥିଲା। ଏହି ଆଇନ ସଙ୍ଘୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମହାମାରୀ ରୋକିବା ପାଇଁ ପ୍ରବାସୀଙ୍କୁ ଦେଶରେ ପ୍ରବେଶ କରିବାର ଅଧିକାର ଦେଇଥାଏ।
ଐତିହାସିକ ଭାବରେ ଗ୍ରୀନ୍ କାର୍ଡ ହୋଲ୍ଡରଙ୍କୁ ଆମେରିକାରେ ପ୍ରବେଶ ସମ୍ପର୍କିତ କଟକଣାରୁ ଛାଡ ମିଳୁଥାଏ। କୋଭିଡ୍ ପରେ ଟାଇଲଟ୍ ୪୨ ନିର୍ଦେଶରେ ତଙ୍କ ଉପରେ ଏହି ନିୟମ ଲାଗୁ ହୋଇନଥିଲା। ଏପରିକି ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପଙ୍କ ବିଭିନ୍ନ ଯାତ୍ର କଟକଣା ମଧ୍ୟ ତାଙ୍କ ଉପରେ ଲାଗୁ ହୋଇନଥିଲା।ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି ଯେ, କଙ୍ଗୋରେ ଇବୋଲାର ବୁଣ୍ଡିବୁଗୟୋ ଭାରିଆଣ୍ଟ ଦ୍ରୁତ ଗତି ବୃଦ୍ଧି ପାଉଥିବାରୁ ବିପଦ ବଢିଛି। ଡବ୍ଲ୍ୟୁଏଚ୍ଓ ଏହାକୁ ଆନ୍ତର୍ଜାତୀୟ ଚିନ୍ତାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଡବ୍ଲ୍ୟୁଏଚ୍ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ ଶୁକ୍ରବାର କହିଛନ୍ତି ଯେ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି କଙ୍ଗୋ ଭିତରେ ବିପଦ ଆକଳନ କରିଛି। ଏହା ଏବେ ‘ଅତ୍ୟନ୍ତ ଉଚ୍ଚ’ ବର୍ଗରେ ଅଛି, ଯାହାକୁ ପୂର୍ବରୁ ‘ଉଚ୍ଚ’ ଶ୍ରେଣୀର ବୋଲି କରାଯାଉଥିଲା।