ନୂଆଦିଲ୍ଲୀ, ୧୪/୦୪ : ହୋର୍ମୁଜ୍ ରେ ଆମେରିକାର ୨୪ ଘଣ୍ଟିଆ ନାକାବନ୍ଦୀ ଫେଲ୍। ସଂକୀର୍ଣ୍ଣ ଜଳମାର୍ଗରେ ଚକମା ଦେଇ ଚାଲିଗଲା ଚୀନ ଜାହାଜ। ଇରାନଠୁ ଅନୁମତି ନେଇ ଚୀନର ଏକ ମିଥାନଲ୍ ଟ୍ୟାଙ୍କର ସଂକୀର୍ଣ୍ଣ ମାର୍ଗ ଦେଇ ଅତିକ୍ରମ କରିଛି। ଏହାକୁ ଅଟକାଇବାରେ ଆମେରିକା ଫେଲ୍ ମାରିଛି। ସବୁଠୁ ବଡ଼ କଥା ହେଲା ଏହି ଜାହାଜ ଉପରେ ଆମେରିକା କିଛି ବର୍ଷ ପୂର୍ବରୁ ପ୍ରତିବନ୍ଧକ ଲଗାଇଥିଲା।
ସିଏନଏନର ରିପୋର୍ଟ ଅନୁଯାୟୀ, ସୋମବାର ଏକ ଚାଇନା ଟ୍ୟାଙ୍କର ରିଚ୍ ଷ୍ଟାରୀ କେଶମ ଦ୍ଵୀପ ନିକଟ ଦେଇ ହୋର୍ମୁଜ୍ ଅତିକ୍ରମ କରିଛି। ପ୍ରଥମେ କେଶମ ନିକଟରେ ଜାହାଜଟିକୁ କିଛି ସମୟ ଅଟକାଯାଇଥିଲା। ଏହାର କିଛି ସମୟ ପରେ ଜାହାଜଟି ଅତି ସହଜରେ ହୋର୍ମୁଜ୍ ଅତିକ୍ରମ କରି ଚାଲି ଆସିଥିଲା। ମଙ୍ଗଳବାର ସକାଳେ ଏହି ଟ୍ୟାଙ୍କର ଓମାନ ତଟରେ ପହଞ୍ଚିଛି। ଏହି ଅଞ୍ଚଳରେ ଆମେରିକା ନାକାବନ୍ଦୀ କରି ନିଷାଦ୍ଧାଞ୍ଚଳ ଘୋଷଣା କରିଛି।
ଏହା ପୂର୍ବରୁ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଏଡମିରାଲ ଡୋଙ୍ଗ ଜୁନ ଆମେରିକାକୁ ଚେତାବନୀ ଦେଇଛନ୍ତି। ହୋର୍ମୁଜରେ ଦଖଲ ଦେଲେ ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି। ଡୋଙ୍ଗ କହିଥିଲେ ଯେ, ଇରାନ ସହ ଆମର ଡ୍ରେଡ୍ ଏବଂ ଏନର୍ଜି ଚୁକ୍ତି ହୋଇଥିଲା। ତେଣୁ ଅନ୍ୟ କେହି ଏହି ମାମଲାରେ ଦଖଲ ନଦେଲେ ଭଲ ହେବ। ହୋର୍ମୁଜ୍ ଷ୍ଟ୍ରେଟ୍ ଚୀନ ପାଇଁ ଖୋଲା ଅଛି।
ଆହୁରି ପଢନ୍ତୁ- 'ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ'; ହୋର୍ମୁଜରେ ନାକାବନ୍ଦୀ ନେଇ ଆମେରିକାକୁ ଚୀନର ଚେତାବନୀ
ସୂଚନା ଥାଉକି, ଆରବ ସାଗର ଏବଂ ଓମାନ ତଟରେ ଆମେରିକା ତାର ଯୁଦ୍ଧପୋତ ନିୟୋଜିତ କରିଛି। ହୋର୍ମୁଜ୍ ପାର୍ କରି କୌଣସି ଜାହାଜ ଏହି ରାସ୍ତା ଦେଇ ଗଲେ ଆମେରିକୀୟ ସୈନିକ ତାଙ୍କ ଉପରେ ଆକ୍ରମଣ କରିବ ବୋଲି ଟ୍ରମ୍ପ କହିଛନ୍ତି। ଇରାନ ଉପରେ ଚାପ ପକାଇବା ପାଇଁ ଆମେରିକା ଏଭଳି କହିଛି। ଇରାନକୁ ଆଲୋଚନା ଟେବୁଲକୁ ଆଣିବାକୁ ଏହା ଉପଯୁକ୍ତ ପ୍ଲାନ ବୋଲି ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି।