ନୂଆଦିଲ୍ଲୀ : କିଛି ସେକେଣ୍ଡ ମଧ୍ୟରେ ନାଟୋରୁ ଓହରିଯିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକାର ସହଯୋଗୀ ମାନେ ପଶ୍ଚିମୀ ଦେଶ ଗ୍ରୀନଲ୍ୟାଣ୍ଡକୁ ହାସଲ କରିବାରେ ତାଙ୍କ ଯୋଜନାକୁ ସମର୍ଥନ ନ କରନ୍ତି, ତେବେ ଆମେରିକା ବିଳମ୍ବ ନକରି ନାଟୋରୁ ଓହରି ଯାଇପାରେ । ଗ୍ରୀନଲ୍ୟାଣ୍ଡକୁ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଯଦି ତାଙ୍କର ଦାବି ପୂରଣ ନ ହୁଏ, ତେବେ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ କେବଳ ଦୁର୍ବଳ ହେବ ନାହିଁ ବରଂ ଭୁଶୁଡ଼ି ମଧ୍ୟ ପଡ଼ିପାରେ।

ଟ୍ରମ୍ପ କହିଛନ୍ତି ଯେ, ଯଦି ସହଯୋଗୀ ମାନେ ତାଙ୍କୁ ସମର୍ଥନ ନ କରନ୍ତି, ତେବେ ଆମେରିକା ନାଟୋରୁ ଓହରିଯିବା ବିଷୟରେ ବିଚାର କରିପାରେ। ଟ୍ରମ୍ପଙ୍କ ଏହି ଝଡ଼ପୂର୍ଣ୍ଣ ବୟାନ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି, ଯେତେବେଳେ ଟ୍ରମ୍ପ ପୂର୍ବରୁ ଗ୍ରୀନଲ୍ୟାଣ୍ଡକୁ ହାସଲ କରିବା ପାଇଁ ତାଙ୍କ ଯୋଜନାକୁ ବିରୋଧ କରୁଥିବା ଦେଶ ଗୁଡ଼ିକ ଉପରେ ଭାରି ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି ।

ଏହି ସମୟରେ ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଯେ, ଯଦି ତାଙ୍କୁ ନାଟୋର ସମ୍ମତି ଏବଂ ସମର୍ଥନ ନ ମିଳେ ତେବେ ସେ ଏଥିରୁ ଓହରିଯିବେ କି ? ଡୋନାଲ୍ଡ ଟ୍ରମ୍ପ ଉତ୍ତର ଦେଇଥିଲେ ଯେ, "ଆମେ ଦେଖିବୁ । ନାଟୋ ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଆମ ସହିତ ଆଲୋଚନା କରୁଛି। ଜାତୀୟ ସୁରକ୍ଷା ପାଇଁ ଆମକୁ ଗ୍ରୀନଲ୍ୟାଣ୍ଡର ଅତ୍ୟନ୍ତ ଆବଶ୍ୟକତା ଅଛି। ଯଦି ଆମେରିକା ପାଖରେ ଗ୍ରୀନଲ୍ୟାଣ୍ଡ ରହିବ ନାହିଁ, ତେବେ ଏକ ବିରାଟ ଜାତୀୟ ସୁରକ୍ଷା ଶୂନ୍ୟତା ସୃଷ୍ଟି ହେବ ।

ରୁଷ ଏବଂ ଚୀନର ଭୟ !

ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ, ଗ୍ରୀନଲ୍ୟାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ଯୋଜନାକୁ ସମର୍ଥନ ନ କରୁଥିବା ଦେଶ ମାନଙ୍କ ଉପରେ ଶୁଳ୍କ ଲାଗୁ କରାଯାଇପାରିବ । ହ୍ୱାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମ ସମୟରେ, ସେ ୟୁରୋପୀୟ ସଂଘରୁ ଔଷଧ ଆମଦାନୀ ଉପରେ ଲାଗୁ ହୋଇଥିବା ଶୁଳ୍କ ବିଷୟରେ ଉଲ୍ଲେଖ କରି କହିଥିଲେ, "ମୁଁ ଗ୍ରୀନଲ୍ୟାଣ୍ଡ ସହିତ ସମାନ କରି ପାରିବି।" ଯଦି ଦେଶ ଗୁଡ଼ିକ ଗ୍ରୀନଲ୍ୟାଣ୍ଡ ସହିତ ସହଯୋଗ ନ କରନ୍ତି, ତେବେ ମୁଁ ସେମାନଙ୍କ ଉପରେ ଶୁଳ୍କ ଲାଗୁ କରି ପାରିବି, କାରଣ ଗ୍ରୀନଲ୍ୟାଣ୍ଡ ଆମର ଜାତୀୟ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ।

ଜାନୁଆରୀ ୧୪ ତାରିଖରେ ଟ୍ରମ୍ପ୍ ମଧ୍ୟ କହିଥିଲେ ଯେ ଆମେରିକାକୁ ତା’ର ଜାତୀୟ ସୁରକ୍ଷା ସ୍ୱାର୍ଥ ପାଇଁ ଗ୍ରୀନଲ୍ୟାଣ୍ଡର ଆବଶ୍ୟକତା ଅଛି। ସେ ଚେତାବନୀ ଦେଇଥିଲେ ଯେ ଯଦି ଆମେରିକା ଏପରି ନ କରେ, ତେବେ ରୁଷ କିମ୍ବା ଚୀନ୍ ଏହି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଆର୍କଟିକ୍ ଅଞ୍ଚଳର ନିୟନ୍ତ୍ରଣ ଦଖଲ କରିବାକୁ ଚେଷ୍ଟା କରିପାରନ୍ତି।

ଗ୍ରୀନଲ୍ୟାଣ୍ଡ ପାଇଁ ନାଟୋ କାହିଁକି କ୍ଷତିଗ୍ରସ୍ତ ହେବ ? 

ନାଟୋ ହେଉଛି କିଛି ଦୁର୍ବଳ ଏବଂ କିଛି ଶକ୍ତିଶାଳୀ ଦେଶଙ୍କୁ ନେଇ ଗଠିତ ଏକ ସଂଗଠନ। ସମସ୍ତେ ଏକମତ ଯେ କୌଣସି ନାଟୋ ସଦସ୍ୟ ଦେଶ ଉପରେ ଆକ୍ରମଣକୁ ସମଗ୍ର ନାଟୋ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ଗ୍ରୀନଲ୍ୟାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ପରେ, ୟୁରୋପୀୟ ଦେଶ ମାନେ ସେମାନଙ୍କର ମତ ଦେଖାଇବା ଆରମ୍ଭ କରିଛନ୍ତି ।

ଏହା ସହ ପଢନ୍ତୁ : ‘ଅତି କମରେ କୋଟିଏ ଲୋକଙ୍କ ଜୀବନ ବଞ୍ଚାଇଛି’, ମୋ ପାଇଁ ବନ୍ଦ ହୋଇଛି ଭାରତ-ପାକିସ୍ତାନ ଯୁଦ୍ଧ...