ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆମେରିକାର ନାଗରିକଙ୍କୁ ହତ୍ୟା କରୁଥିବା ପ୍ରବାସୀଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ; ଡୋନାଲ୍ଡ ଟ୍ରମ୍ପ

Published By : Anindita Ratha | October 12, 2024 11:48 AM

ନୂଆଦିଲ୍ଲୀ,୧୨/୧୦:  ପାଖେଇ ଆସିଲାଣି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଚାଲିଛି ଜୋରଦାର ପ୍ରଚାର। ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର। ଏହାରି ଭିତରେ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଚାରର ଶେଷ ସପ୍ତାହରେ ନିଜର ଇମିଗ୍ରେସନ୍ ବିରୋଧୀ ଭାଷଣକୁ କଠୋର କରିଛନ୍ତି। ସେ ଶୁକ୍ରବାର ଦିନ କଲୋରାଡୋର ଅରୋରାରେ ଏକ ରାଲିରେ ପ୍ରବାସୀମାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ପ୍ରବାସୀଙ୍କୁ ଭୟଙ୍କର ଅପରାଧୀ ଭାବେ ବର୍ଣ୍ଣନା କରିଛନ୍ତି। ଆମେରିକୀୟ ନାଗରିକଙ୍କୁ ହତ୍ୟା କରୁଥିବା ପ୍ରବାସୀମାନଙ୍କ ପାଇଁ ସେ ମୃତ୍ୟୁଦଣ୍ଡ ଦେବାକୁ ଆହ୍ୱାନ ଦେଇଛନ୍ତି। ଇମିଗ୍ରେସନ ବିରୋଧୀ ଭାଷଣକୁ ତୀବ୍ର କରି ତାଙ୍କ ରାଷ୍ଟ୍ରପତି ଅଭିଯାନକୁ ସେ ଆହୁରି ଉତ୍ସାହିତ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ  ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ସେ ଗ୍ୟାଙ୍ଗର ସଦସ୍ୟଙ୍କୁ ଟାର୍ଗେଟ କରିବା ପାଇଁ ଏକ ଜାତୀୟ 'ଅପରେସନ୍ ଅରୋରା' ଆରମ୍ଭ କରିବେ। ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ। ନଭେମ୍ବର ୫ ନିର୍ବାଚନ ପ୍ରଚାରର ଅନ୍ତିମ ସପ୍ତାହରେ ସେ ନିଜର ପ୍ରବାସୀ ବିରୋଧୀ ବକ୍ତବ୍ୟକୁ ବୃଦ୍ଧି କରିଛନ୍ତି। ମତାମତ ସର୍ଭେରୁ ଜଣାପଡିଛି ଯେ ଆମେରିକୀୟ ଭୋଟରଙ୍କ ପାଇଁ ବେଆଇନ ଇମିଗ୍ରେସନ ଏକ ଚିନ୍ତାର ବିଷୟ। ଅଧିକାଂଶ ଭୋଟର ଏ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଜଣେ ଭଲ ବ୍ୟକ୍ତି ଭାବରେ ଦେଖନ୍ତି। ରାଜନତୈକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ଟ୍ରମ୍ପ ଆହୁରି ଏଭଳି କିଛି ବୟାନ ଦେଇପାରନ୍ତି ଯାହା ବେଆଇନ ପ୍ରବାସୀ ଭାରତୀୟଙ୍କ ବିରୁଦ୍ଧରେ ହେବ। ଟ୍ରମ୍ପ ମହିଳା ଏବଂ ଶିଶୁ ଯୌନ କାରବାରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟ ଅପରାଧୀଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ସେ ପୂର୍ବରୁ ପ୍ରସ୍ତାବ ଦେଇସାରିଛନ୍ତି। ଏହି ଭଳି ପ୍ରବାସୀ ଅପରାଧ କଥା ଉଠାଇ ଟ୍ରମ୍ପ ନିଜ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.