ୱାଶିଂଟନ୍‌,୦୬/୧୧:  ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ  ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହୋଇଛି ।   କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କାହାର ହେବ ହ୍ବାଇଟ ହାଉସ  ତାହା ଉପରେ ସମସ୍ତଙ୍କ  ନଜର ରହିଛି ।  କାହା ହାତକୁ ଯିବ ଶକ୍ତିଶାଳୀ ଦେଶ  ଆମେରିକା କିଏ ହେବ ବସ୍ ।  ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟ୍ ପାର୍ଟିର କମଳା ହାରିସ ବାଜି ମାରିବେ ନା କମବ୍ୟାକ କରିବେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନର ଡୋନାଲ୍ଡ ଟ୍ରମ୍ପ ।  ଆଜି  ଆସିପାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ।  କିଛି ସ୍ଥାନରେ ଭୋଟିଂ ଜାରି ରହିଥିବା ବେଲେ  ଭୋଟ ଗଣତି ଜାରି ରହିଛି ।  ଦୁଇ ହେବିୱେଟଙ୍କ  ମଧ୍ୟରେ  କଡ୍ଡା ଟକ୍କର ହୋଇଥିବା ସୂଚନା ମିଳିଛି ।

ଦୁଇ ନେତାଙ୍କ  ଭାଗ୍ୟ ନିର୍ଧାରଣ କରୁଛନ୍ତି ୧୬ କୋଟିକୁ ଅଧିକ ଭୋଟର  । ପୂର୍ବରୁ ୮ କୋଟିରୁ ଅଧିକ ଭୋଟର ଆଗୁଆ ମତଦାନ କରି   ସାରିଛନ୍ତି ।  ୭ ରାଜ୍ୟ ଉପରେ ସମସ୍ତଙ୍କ  ନଜର ରହିଛି ।  ୭ ୱିଙ୍ଗ ଷ୍ଟେଟ ବା ଝୁଲା ରାଜ୍ୟ ପେନସିଲଭାନିଆ, ଆରିଜୋନା, ଜର୍ଜିଆ, ମିଶିଗାନ,  ନେଭାଡା, ନର୍ଥ କାରୋଲିନା, ୱିସକନସିନର  ଫଳାଫଳ ନିର୍ବାଚନରେ ବିଜୟ ପାଇଁ ବେଶ୍ ଗୁରୁତ୍ବ ରଖୁଛି । ସବୁଠୁ ବଡ ରାଜ୍ୟ ପେନସିଲଭାନିଆ ସୋମବାର  ଯାଏ ଦୁଇ ନେତା ଟ୍ରମ୍ପ ଓ ହାରିସ   ସମାନ ରହିଥିଲେ ।

ଆମେରିକାରେ ୫୦ ରାଜ୍ୟରେ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ରହିଛି ।  ନିର୍ବାଚନ ଜିତିବାକୁ ପ୍ରାର୍ଥୀଙ୍କୁ  ମ୍ୟାଜିକ ନମ୍ବର ୨୭୦ ଆଙ୍କ  ଛୁଇଁବାକୁ ପଡିବ ।  ରିପୋର୍ଟ ଲେଖା ହେବା ସୁଦ୍ଧା ପ୍ଲୋରିଡା ସମେତ ୪ ରାଜ୍ୟରେ ବାଜି ମାରି ନେଇଛନ୍ତି  । କମଳା ହାରିସ ମାସାଚୁଟେସ ଓ ମାରିଲାର୍ଡକେ ବିଜୟୀ ହୋଇଛନ୍ତି ।