ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କିଏ ଯିବ ହ୍ୱାଇଟ ହାଉସ, ଆଜି ଆସିପାରେ ରେଜଲ୍ଟ

Published By : Anindita Ratha | November 6, 2024 8:17 AM

ୱାଶିଂଟନ୍‌,୦୬/୧୧:  ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ  ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହୋଇଛି ।   କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କାହାର ହେବ ହ୍ବାଇଟ ହାଉସ  ତାହା ଉପରେ ସମସ୍ତଙ୍କ  ନଜର ରହିଛି ।  କାହା ହାତକୁ ଯିବ ଶକ୍ତିଶାଳୀ ଦେଶ  ଆମେରିକା କିଏ ହେବ ବସ୍ ।  ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟ୍ ପାର୍ଟିର କମଳା ହାରିସ ବାଜି ମାରିବେ ନା କମବ୍ୟାକ କରିବେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନର ଡୋନାଲ୍ଡ ଟ୍ରମ୍ପ ।  ଆଜି  ଆସିପାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ।  କିଛି ସ୍ଥାନରେ ଭୋଟିଂ ଜାରି ରହିଥିବା ବେଲେ  ଭୋଟ ଗଣତି ଜାରି ରହିଛି ।  ଦୁଇ ହେବିୱେଟଙ୍କ  ମଧ୍ୟରେ  କଡ୍ଡା ଟକ୍କର ହୋଇଥିବା ସୂଚନା ମିଳିଛି ।

ଦୁଇ ନେତାଙ୍କ  ଭାଗ୍ୟ ନିର୍ଧାରଣ କରୁଛନ୍ତି ୧୬ କୋଟିକୁ ଅଧିକ ଭୋଟର  । ପୂର୍ବରୁ ୮ କୋଟିରୁ ଅଧିକ ଭୋଟର ଆଗୁଆ ମତଦାନ କରି   ସାରିଛନ୍ତି ।  ୭ ରାଜ୍ୟ ଉପରେ ସମସ୍ତଙ୍କ  ନଜର ରହିଛି ।  ୭ ୱିଙ୍ଗ ଷ୍ଟେଟ ବା ଝୁଲା ରାଜ୍ୟ ପେନସିଲଭାନିଆ, ଆରିଜୋନା, ଜର୍ଜିଆ, ମିଶିଗାନ,  ନେଭାଡା, ନର୍ଥ କାରୋଲିନା, ୱିସକନସିନର  ଫଳାଫଳ ନିର୍ବାଚନରେ ବିଜୟ ପାଇଁ ବେଶ୍ ଗୁରୁତ୍ବ ରଖୁଛି । ସବୁଠୁ ବଡ ରାଜ୍ୟ ପେନସିଲଭାନିଆ ସୋମବାର  ଯାଏ ଦୁଇ ନେତା ଟ୍ରମ୍ପ ଓ ହାରିସ   ସମାନ ରହିଥିଲେ ।

ଆମେରିକାରେ ୫୦ ରାଜ୍ୟରେ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ରହିଛି ।  ନିର୍ବାଚନ ଜିତିବାକୁ ପ୍ରାର୍ଥୀଙ୍କୁ  ମ୍ୟାଜିକ ନମ୍ବର ୨୭୦ ଆଙ୍କ  ଛୁଇଁବାକୁ ପଡିବ ।  ରିପୋର୍ଟ ଲେଖା ହେବା ସୁଦ୍ଧା ପ୍ଲୋରିଡା ସମେତ ୪ ରାଜ୍ୟରେ ବାଜି ମାରି ନେଇଛନ୍ତି  । କମଳା ହାରିସ ମାସାଚୁଟେସ ଓ ମାରିଲାର୍ଡକେ ବିଜୟୀ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.