ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରିବ ଆମେରିକା : ମାଇକ୍‌ ଜନସନ

Published By : Swapna Ray | May 6, 2025 3:27 PM

ନୂଆଦିଲ୍ଲୀ, ୬।୫: ପହଲଗାମ ଆକ୍ରମଣକୁ ନେଇ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଯୁଦ୍ଧ ପାଇଁ ଆରମ୍ଭ କରୁଛି ପ୍ରସ୍ତୁତି । ଏହାରି ଭିତରେ ଭାରତକୁ ନିଜର ସମର୍ଥନ ଜଣାଇଆସୁଛି ଆମେରିକା । ଆମେରିକା ସଂସଦର ବାଚସ୍ପତି ମାଇକ୍‌ ଜନସନ ଅନୁରୂପ ଭାବେ ଭାରତକୁ ସମର୍ଥନ ଜଣାଇଛନ୍ତି । ଆତଙ୍କବାଦର ପାଳନକର୍ତ୍ତା ଭାବେ ପରିଚିତ ପାକିସ୍ତାନକୁ ଏକ ଘରିକିଆ କରିବା ଲାଗି ଭାରତ କୂଟନୈତିକ ଏବଂ ଅର୍ଥନୈତିକ ସ୍ତରରେ ଉଦ୍ୟମ ଚଳାଇଛି । ତା’ ସହିତ ଆତଙ୍କବାଦ ବିରୋଧରେ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି କରୁଛି, ଯାହା ପାକିସ୍ତାନକୁ ବିଚଳିତ କରିଛି । ଭାରତକୁ ଅଟକାଇବା ଲାଗି ପାକିସ୍ତାନ ବିଭିନ୍ନ ରାଷ୍ଟ୍ରର ସହାୟକା ଲୋଡ଼ିଥିଲେ ହେଁ ସେଥିରେ ବିଫଳ ହୋଇଛି । ଏହାରି ଭିତରେ ଆମେରିକା ବାରମ୍ବାର ଭାରତକୁ ଏହାର ସମର୍ଥନ ଜଣାଇଛି । ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏବଂ ଅନ୍ୟାନ୍ୟ ନେତାମାନେ ଭାରତକୁ ସମର୍ଥନ ଜଣାଇଛନ୍ତି । ବର୍ତ୍ତମାନ ଆମେରିକା ସଂସଦ ଅର୍ଥାତ୍ (ହାଉସ୍ ଅଫ ରିପ୍ରେଜେଣ୍ଟେଟିଭସ)ର ବାଚସ୍ପତି ମାଇକ୍‌ ଜନସନ ଅନୁରୂପ ଭାବେ ଭାରତକୁ ସମର୍ଥନ ଜଣାଇଛନ୍ତି । 

ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଲାଗି ଆମେରିକା ସବୁକିଛି କରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ଯାହା ସମ୍ଭବ ଆମେ ତାହା କରିବୁ । ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ମାଇକ ଜନସନ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରିବାକୁ ଆମେରିକା ସମସ୍ତ ପ୍ରକାରର ପ୍ରୟାସ କରିବ । ସେ ଭାରତକୁ ଅନେକ ଦୃଷ୍ଟିରୁ ଆମେରିକା ପାଇଁ ଏକ "ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ" ଅଂଶୀଦାର ବୋଲି କହିଛନ୍ତି । 

ଗତ କିଛି ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଥିବା ଭାରତ ପାଇଁ ତାଙ୍କର ବାର୍ତ୍ତା ବିଷୟରେ ପଚରାଯିବାରୁ ମାଇକ ଜନସନ କହିଥିଲେ, ‘ଭାରତରେ ଯାହା ଘଟୁଛି ତାହା ପ୍ରତି ଆମର ବହୁତ ସହାନୁଭୂତି ଅଛି ଏବଂ ଆମେ ଆମର ସହଯୋଗୀମାନଙ୍କ ସହିତ ଠିଆ ହେବାକୁ ଚାହୁଁଛୁ । ମୁଁ ଭାବୁଛି ଭାରତ ଅନେକ ଦିଗରୁ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ମୁଁ ଆଶା କରୁଛି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ଭଲ ଭାବରେ କାମ କରିବ ।' ପହଲଗାମ ପ୍ରସଙ୍ଗରେ ଭାରତକୁ ସମର୍ଥନ କଲେ ଆମେରିକା ହାଉସ ବାଚସ୍ପତିଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି । ପରେ ଟ୍ରମ୍ପ ପ୍ରଶାସନ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଜଣାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.