ନୂଆଦିଲ୍ଲୀ,୨୪।୩: ଇରାନର ମିନାବ ସହରର ଏକ ଗାର୍ଲସ୍ ହାଇସ୍କୁଲ ଉପରେ ନିକଟରେ ଆମେରିକା ମିସାଇଲ ମାଡ଼ କରିଥିଲା। ଆକ୍ରମଣର CCTV ଫୁଟେଜ୍ ଜାରି କରିଛି, ଯେଉଁଥିରେ ୧୮୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଥିଲା। ଇରାନ ଦାବି କରିଛି ଯେ ଆମେରିକା ଜାଣିଶୁଣି ‘ଶାଜରେ ତୈବ’ ସ୍କୁଲକୁ ଟାର୍ଗେଟ କରିଥିଲା।

ଇରାନର ସରକାରୀ ପ୍ରସାରଣ ସଂସ୍ଥା ଇସ୍ଲାମିକ୍ ରିପବ୍ଲିକ ଅଫ୍ ଇରାନ ବ୍ରଡକାଷ୍ଟ (ଆଇଆରଆଇବି) ମଙ୍ଗଳବାର ସ୍କୁଲ ଭିତରେ ଓ ବାହାରେ ସିସିଟିଭି ଫୁଟେଜ୍ ଜାରି କରିଥିଲା, ଯେଉଁଥିରେ ଆକ୍ରମଣ ପରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଭିଡିଓରେ ସ୍କୁଲର ବିଲ୍ଡିଂର ଚାରୋଟି ଅଲଗା ଅଲଗା ଅଂଶରୁ ଏକାଠି ଘନ କଳା ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। ବିସ୍ଫୋରଣ ତୀବ୍ରତା ଏତେ ଅଧିକ ଥିଲା ଯେ, ସ୍କୁଲର ଛାତ ଓ କାନ୍ଥ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଥିଲା। ଚାରିଆଡେ କେବଳ ଧ୍ବଂସାବଶେଷ ପଡି ରହିଥିଲା। ଇରାନ ଦ୍ବାରା ଜାରି କରାଯାଇଥିବା ସିସିଟିଭି ଫୁଟେଜ୍‌ରେ ଆକ୍ରମଣର ତୁରନ୍ତ ପରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା। ଭିଡିଓରେ ସ୍କୁଲର ବିଲ୍ଡିଂର ଅଲଗା ଅଲଗା ଅଂଶରୁ ପ୍ରବଳ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି।

ଇରାନ ଦ୍ବାରା ଜାରି କରାଯାଇଥିବା ସିସିଟିଭି ଫୁଟେଜ୍‌ରେ ଆକ୍ରମଣର ତୁରନ୍ତ ପରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଭିଡିଓରେ ସ୍କୁଲର ବିଲ୍ହିଂ ବ୍ୟତୀତ ଅଲଗା ଅଲଗା ସ୍ଥାନରେ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। ଯାହାକି ଆକ୍ରମଣର ତୀବ୍ରତାକୁ ଦେଖାଉଛି। ଇରାନର ସରକାରୀ ମିଡିଆ ଅନୁସାରେ, ମିନାବର ଏହି ଗାର୍ଲସ୍ ସ୍କୁଲ୍ ଉପରେ ଆକ୍ରମଣ ଦ୍ବାରା ପୁରା ଦୁନିଆକୁ ଚକିତ କରିଛି। ରିପୋର୍ଟ ଅନୁସାରେ, ଧ୍ବଂସାବଶେଷରୁ ଧୂଆଁ ଭିତରେ ୧୮୦ରୁ ଅଧିକ ଶିଶୁ ନିଜର ଜୀବନ ହରାଇ ସାରିଛନ୍ତି। ଇରାନ ଏହି ଫୁଟେଜ୍ ଜରିଆରେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି ଯେ, ନାଗରିକ ଓ ବିଶେଷ ରୂପରେ ଶିକ୍ଷା ସଂସ୍ଥାନ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଦାବି ଓ ଭିଡିଓର ସତ୍ୟତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବିତର୍କ ଆରମ୍ଭ ହୋଇଛି। ଇରାନର କହିବା ଅନୁସାରେ, ଏହି ଆକ୍ରମଣ ୨୮ ଫେବୃଆରୀରେ ହୋଇଥିଲା। ଓ ‘ଶାଜରେ ତୈବ’ ସ୍କୁଲକୁ ଟାର୍ଗେଟ କରି ଶତାଧିକ ଶିଶୁଙ୍କ ଜୀବନ ଚାଲିଯାଇଥିଲା। ଏହି ଭିଡିଓ ସାମନାକୁ ଆସିବା ପରେ ବିବାଦ ଆହୁରି ବଢିବାର ଆଶଙ୍କା କରାଯାଉଛି।

ଆହୁରି ପଢନ୍ତୁ : ଇରାନ ବଡ଼ ନେତାଙ୍କ ବୟାନ: ଆମେରିକା ସହ ହୋଇନି ଆଲୋଚନା, ମିଛ ଖବର ପ୍ରଚାର କରୁଛନ୍ତି ଟ୍ରମ୍ପ୍