ନୂଆଦିଲ୍ଳୀ,୨୮।୨: ଆମେରିକା ଓ ଇସ୍ରାଏଲ ଏକାଠି ମିଶି ଇରାନ ବିରୋଧରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଇରାନର ରାଜଧାନୀ ତେହରାନ ସହିତ ବହୁ ସ୍ଥାନକୁ ଟାର୍ଗେଟ କରିଛି ଆମେରିକା। ରିପୋର୍ଟ ଅନୁସାରେ ଇରାନର ରାଜଧାନୀ ତେହରାନ ସହିତ ୩୦ ସ୍ଥାନରେ ରକେଟ୍ ମାଡ କରାଯାଇଛି। ଏହି ବିବାଦୀୟ ସ୍ଥିତିକୁ ଦେଖି ଇସ୍ରାଏଲରେ ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ପାଇଁ ଜରୁରୀ ଆଡଭାଇଜୀ ଜାରି କରାଯାଇଛି। ଇସ୍ରାଏଲ ସେନା ଇରାନ ଉପରେ ପୁଣିଥରେ ବହୁ ରକେଟ୍ ମାଡ଼ କରିଛି। ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁସାରେ, ଇସ୍ରାଏଲରେ ଲଗାତାର ସାଇରନ୍ ବାଜିବାରେ ଲାଗିଛି। ଇସ୍ରାଏଲ ମିଶାଇଲ ଆକ୍ରମଣର ଆଶଙ୍କା ବୃଦ୍ଧି ପାଉଛି। ଲୋକମାନେ ଇରାନର ରାଜଧାନୀ ତେହରାନରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିଥିଲେ।
ଅଞ୍ଚଳରେ ଥିବା ସୁରକ୍ଷା ସ୍ଥିତିକୁ ଦେଖି ଇସ୍ରାଏଲ ଭାରତୀୟ ଦୂତାବାସର ସବୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି। ଦୂତାବାସ କହିଛି ସବୁ ଭାରତୀୟ ଖୁବ୍ ସାବଧାନ ରହିବା ଦରକାର । ବାହାରକୁ ଯାତ୍ରା ନକରି ଆଶ୍ରୟସ୍ଥଳୀରେ ସୁରକ୍ଷିତ ରହିବା ଏବଂ ସବୁ ସମୟରେ ସତର୍କ ରହିବାକୁ କୁହାଯାଇଛି। ଭାରତୀୟ ନାଗରିକଙ୍କୁ ଇସ୍ରାଏଲର ଅଧିକାରୀ ଓ ହୋମ୍ ଫ୍ରଣ୍ଟ କମାଣ୍ଡ ଦ୍ବାରା ଜାରି ସୁରକ୍ଷା ଗାଇଡଲାଇନକକଡାକଡି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟ ଅନୁସାରେ,ତେହରାନ ମଝିରେ ବିସ୍ଫୋରଣ ହୋଇଥିଲା ଓ ଆକାଶରୁ ଘନ କଳାବାଦଲ ଉଠିବାର ଦେଖିବାକୁ ମିଳିଛି। ଇସ୍ରାଏଲ ପକ୍ଷରୁ ଇରାନର ବହୁ ମନ୍ତ୍ରଣାଳୟକୁ ଟାର୍ଗେଟ କରାଯାଇଛି। ଏପରିକି ଇରାନର ସୁପ୍ରିମ ଲିଡର ଖାମନେଇ ଓ ରାଷ୍ଟ୍ରପତିଙ୍କ ଅଫିସ ଉପରେ ଆକ୍ରମଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,ଏହି ଆକ୍ରମଣ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମନେଇଙ୍କ କାର୍ଯ୍ୟାଳୟ ନିକଟରେ ଘଟିଛି। ଏହା ଏବେ ସ୍ପଷ୍ଟ ହୋଇପାରିନି ଆକ୍ରମଣ ସମୟରେ ୮୬ ବର୍ଷୀୟ ଖାମନେଇ ନିଜ କାର୍ଯ୍ୟାଳୟରେ ଥିଲେ କି ନଥିଲେ।