ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ସେନା ହେଲିକପ୍ଟର ସହ ୟୁଏସ୍‌ ଏୟାରଲାଇନ୍ସର ଧକ୍କା , ବିମାନରେ ବସିଥିବା ୬୭ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

Published By : Prameya | January 30, 2025 7:08 PM

ନୂଆଦିଲ୍ଲୀ : ୱାଶିଂଟନ ଡିସିରେ ସେନାର ହେଲିକପ୍ଟର ସହ ଆମେରିକୀୟ ଏୟାରଲାଇନ୍ସର ଧକ୍କା ହୋଇଛି। ଏହି ବିମାନରେ ବସି ଥିବା ସମସ୍ତ ୬୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହିକଥା ଜଣେ ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି। ନ୍ୟୁଜ୍‌ ରିପୋର୍ଟ ଅନୁସାରେ , ପୋଟୋମ୍ୟାକ ନଦୀରୁ ଏବେସୁଦ୍ଧା ଅତି କମ୍‌ରେ ୨୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ,ଯେଉଁଠି ଦୁଇଟି ବିମାନ ଧକ୍କା ହେବା ପରେ ଖସି ପଡ଼ିଥିଲେ।

ଏହି ଦୁର୍ଘଟଣା, ଯାହା ଆମେରିକାର ଇତିହାସର ସବୁଠୁ ଭୟଙ୍କର ଦୁର୍ଘଟଣା ମଧ୍ୟରେ ଗୋଟିଏ, ଏହା ଏହି ସମୟରେ ଘଟିଛି ଯେତେବେଳେ ବାଣିଜ୍ୟିକ ଜେଟ୍‌ ବିମାନ ରୋନାଲ୍ଡ ରିଗନ ରାଷ୍ଟ୍ରୀୟ ବିମାନ ବନ୍ଦରକୁ ଓହ୍ଲାଇବାକୁ ପ୍ରୟାସ କରୁଥିଲା ଏବଂ ଏହା  ଆମେରିକୀୟ ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର ସହ ଧକ୍କା ହୋଇଥିଲା।

ୱାଶିଂଟନର ଅଗ୍ନିଶମ ପ୍ରମୁଖ ଜନ ଡୋନେଲି ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି କହିଛନ୍ତି , ଆମେ ଏବେ ଏହି ସ୍ଥାନରେ ପହଞ୍ଚି ଯାଇଛୁ , ଯେଉଁଠି ଆମେ ରେସ୍କର ଅପରେସନରୁ ରିକଭରୀ ଅପରେସନ ଆଡ଼କୁ ଆଗେଇ ଚାଲିଛୁ। ଆମକୁ ଲାଗୁନି କି କେହି ବି ଜୀବତ ଥିବେ।  

ଇଣ୍ଡିଆ ଟୁଡେରେ ପ୍ରକାଶିତ ସୂଚନା ଅନୁସାରେ ,ଯାତ୍ରୀ ବିମାନର ଭଗ୍ନାବଶେଷ ଅଣ୍ଟା ଯାଏ ଗଭୀର ପାଣିରେ ୩ଟି ଭାଗରେ ଓଲଟି ପଡ଼ିଥିବା ମିଳିଛି। ହେଲିକପ୍ଟରର ଭଗ୍ନାବଶେଷ ମଧ୍ୟ ଉଦ୍ଧାର ହୋଇଛି। ଆହୁରି ପୀଡ଼ିତଙ୍କୁ ଓ ଭଗ୍ନାବଶେଷର ତଲାସୀ ଜାରି ରହିଛି। ବିମାନ ଧକ୍କା ହେବା ପଛର କାରଣ ଏବେସୁଦ୍ଧା ଅଧିକାରୀଙ୍କୁ ଜଣାପଡ଼ି ନାହିଁ। ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ (ଏନଟିଏସବି) ଓ ଫେଡରଲ ଏଭିଏସନ ଏଡମିନିଷ୍ଟ୍ରେସନ (ଏଫଏଏ)ର ଯାଞ୍ଚକର୍ତ୍ତା ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି ଏବଂ ଏହି ଭୟାବହ ଘଟଣା ପାଇଁ ଦାୟି ପରିସ୍ଥିତିକୁ ଜାଣିବାକୁ ଚେଷ୍ଟା କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.