ନୂଆଦିଲ୍ଲୀ,୧୬/୦୭: ମହାଯୁଦ୍ଧମୁହାଁ ମଧ୍ୟପ୍ରାଚ୍ୟ । ଶାନ୍ତୁଚୁକ୍ତିକୁ ସଙ୍କଟକୁ ଠେଲି ଲଢୁଛନ୍ତି ଆମେରିକା-ଇରାନ୍ । ମିସାଇଲ୍ ମାଡରେ ଥହରହର ମଧ୍ୟପ୍ରାଚ୍ୟ । ଇରାନ ଉପରେ ବୋମାବର୍ଷା କରୁଛି ଆମେରିକା । ଆମେରିକା ପକ୍ଷରୁ ଲଗାତାର ୫ମ ଦିନରେ ତେହରାନ ଉପରେ ହମଲା ହୋଇଛି । ଇରାନ ରାଜଧାନୀ ତେହେରାନରେ ଆମେରିକା ବୋମାବର୍ଷା କରିଛି । ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଧୂଆଁ ଧୂଆଁ ହୋଇଛି ହୋର୍ମୁଜ । ୯୦ମିନିଟରେ ଦୋହଲିଛି ଇରାନ୍ । ଗ୍ରେଟର ଟ୍ବୁକୁ ଖର୍ଗ ଦ୍ୱୀପ ଯାଏ ବେମା ବର୍ଷା କରିଛି ଆମେରିକା । ହୋର୍ମୁଜ ବନ୍ଦ ହେବା ପରେ ଏହି ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି । ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଥିଲେ ଆଗାମୀ ସପ୍ତାହ ବହୁତ ଭୟଙ୍କର ହେବ ।
ଟ୍ରମ୍ପଙ୍କ ଧମକର କିଛି ଘଣ୍ଟା ପରେ ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଇରାନର ସାମରିକ କ୍ଷମତାକୁ ନଷ୍ଟ କରିବା ଲକ୍ଷ୍ୟରେ କରଯାଇଛି । ଯାହା ଦ୍ୱାରା ଇରାନ୍ ସମୁଦ୍ର ଦେଇ ଯାଉଥିବା ଜାହାଜକୁ ଟାର୍ଗେଟ କରିପାରିବ ନାହିଁ । ଆମେରିକା ବିମାନ ମଧ୍ୟ ହେଲଫାୟାର ମିସାଇଲ ମାଡ଼ କରିଛି । ଇରାନ ଗଣମାଧ୍ୟମ ଅନୁଯାୟୀ, ଦେଶରେ ଅନେକ ପ୍ରମୁଖ ସହରରେ ଜୋରଦାର ବିସ୍ଫୋରଣ ଶୁଣାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କ୍ୱେଶମ୍ ଏବଂ ବନ୍ଦ ଇମାମ୍ ଖାମେନି ଭଳି ଦକ୍ଷିଣ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ବନ୍ଦର ଆବାସ, ରାସ୍କ ଏବଂ ଚାବାହାର ଭଳି ସହରରେ ମଧ୍ୟ ବିସ୍ଫୋରଣ ଘଟିଛି । ଏହି ଆକ୍ରମଣରେ ଇରାନର ଏକାମାତ୍ର ବେସାମରିକ ପରମାଣୁ ପ୍ଲାଣ୍ଟ ବେଶହର ସହରକୁ ମଧ୍ୟ ଟାର୍ଗେଟ କରିଛି ।
ଏହା ବି ପଢନ୍ତୁ...World's Most Expensive Dinosaur Skeleton: ବିଶ୍ୱର ସବୁଠୁ ମହଙ୍ଗା, ୪୮୨ କୋଟିରେ ନିଲାମ ହେଲା ଡାଇନୋସର କଙ୍କାଳ
ସାଙ୍ଘାତିକ ମିସାଇଲ ଓ ଡ୍ରୋନ ବର୍ଷାରେ ଥରହର ମଧ୍ୟପ୍ରାଚ୍ୟ । ଆମେରିକା ଲଗାତର ପଞ୍ଚମ ଦିନ ପାଇଁ ଇରାନ ଉପରେ ଆକ୍ରମଣ କରିଛି । ୭ ଘଣ୍ଟା ଧରି ଏହାର ସାମରିକ ସ୍ଥଳୀଗୁଡ଼ିକ ଉପରେ ବୋମା ବର୍ଷା କରି ଧ୍ୱଂସଲୀଳା ରଚିଛି । ହୋର୍ମୁଜ ପ୍ରଣାଳୀ ନିକଟରେ ଥିବା ଇରାନର ମିସାଇଲ ଓ ଡ୍ରୋନ ଠିକଣା, ନୌସେନା ଭିତ୍ତିଭୂମି ଏବଂ ତଟୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଛାରଖାର କରିଦେଇଛି । ଆମେରିକା ଏଥର ଦିନବେଳା ବି ହମଲା କରିଛି । ଇରାନର ୭ ସୈନ୍ୟ ପ୍ରାଣ ହରାଇଛନ୍ତି । ୪ ଦିନରେ ମୋଟ ୪୨ ଜଣଙ୍କ ମୃତ୍ୟୁ ଘଟିଛି ।
ଇରାନ ବୁଧବାର ବାହାରିନ, କୁଏତ, ଜୋର୍ଡାନରେ ଥିବା ଆମେରିକାର ସେନା ଘାଟିଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରିଛି । ବାହାରିନରେ ଥିବା ଆମେରିକାର ଫିଫ୍ଥ ଫ୍ଲିଟ୍ ସେନା ଘାଟି ଏବଂ ଜୋର୍ଡାନର ଅଜରାକ ବାୟୁସେନା ଘାଟିକୁ ଟାର୍ଗେଟ କରାଯାଇଥିବା ଆଇଆରଜିସି ଦାବି କରିଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି, ବିଭିନ୍ନ ପର୍ଯ୍ୟାୟରେ ଇରାନ ଉପରେ ଆକ୍ରମଣ ହୋଇଛି । ପ୍ରଥମେ ୯୦ ମିନିଟ ଧରି ଇରାନର ସାମରିକ ସ୍ଥଳୀ ଉପରେ ହମଲା ହୋଇଥିଲା । ଏହାର କୋଷ୍ଟାଲ ଡିଫେନ୍ସ ସିଷ୍ଟମ୍ ଉପରେ ପ୍ରିସିଜନ ଷ୍ଟ୍ରାଇକ୍ କରାଯାଇଥିଲା । ଏହାଦ୍ୱାରା ହୋର୍ମୁଜ ପ୍ରଣାଳୀରେ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବା ନେଇ ଇରାନୀ ସେନାର କ୍ଷମତା ସଙ୍କୁଚିତ ହୋଇଛି । ୱାଶିଟନ ଡିସି ସମୟ ସକାଳ ୬ଟାରୁ ଆକ୍ରମଣ ହୋଇଥିଲା । ପୁନର୍ବାର ୭ଟା ୩୦ରୁ ଅପରେସନ ଆରମ୍ଭ ହୋଇ ୯ଟାରେ ଶେଷ ହୋଇଥିଲା । ପୁଣି ତୁହାକୁ ତୁହା ହମଲା ଜାରି ରହିଥିଲା । ପାୱାର ପ୍ଲାଣ୍ଟ ଓ ସେତୁ ଉଡ଼ାଇଦେବାକୁ ଟ୍ରମ୍ପ୍ ଧମକ ଦେଇଥିଲେ ।