ନୂଆଦିଲ୍ଲୀ, ୧୯।୧: ଆମିଷ ଓ ନିରାମିଷ । କିଛି ଆମିଷ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଶାକାହାରୀ ଭୋଜନ ଖାଇବାକୁ ପସନ୍ଦ କରନ୍ତି । ବର୍ତ୍ତମାନ ଭେଗାନ ଚର୍ଚ୍ଚାରେ ଅଛନ୍ତି । ଏମାନେ କେବଳ ଆମିଷ ନୁହେଁ, ପଶୁପକ୍ଷୀଠୁ ଆସୁଥିବା ଯେ କୌଣସି ଖାଦ୍ୟ ଯେପରିକି ଦୁଗ୍ଧ, ଛେନା, ପନିର ଆଦି ଖାଆନ୍ତିନି । ବିଶ୍ୱରେ ଏଭଳି କିଛି ଦେଶ ରହିଛି ଯେଉଁଠାରେ ଲୋକମାନେ କୀଟପତଙ୍ଗ ଖାଆନ୍ତି । ଏପରି ଜଣେ ବ୍ୟକ୍ତି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଦାବି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ବ୍ୟକ୍ତି ଜଣକ ପ୍ରତିଦିନ ପାଖାପାଖି ୧୦୦ଟି ଜୀବନ୍ତ କୀଟପତଙ୍ଗ ଖାଉଥିବା ଦାବି କରନ୍ତି । ଏହା ପଛରେ ସେ ଏକ ଅଜବ କାରଣ ଦର୍ଶାଇଛନ୍ତି ।
ଏହି ବ୍ୟକ୍ତିଙ୍କ ନାଁ କାର୍ଲୋସ୍, ଯିଏ ଆମେରିକାର ଚିକାଗୋରେ ରୁହନ୍ତି । ସେ କୁହନ୍ତି, "କୀଟପତଙ୍ଗ ମୋର ପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟିଏ । କୀଟପତଙ୍ଗଙ୍କ ସ୍ୱାଦ ମତେ ଖୁବ୍ ଭଲଲାଗେ । ସେମାନେ ଠିକ୍ ବଟର ଲାଗିଥିବା ପପକର୍ନ ପରି ।" ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୨୬ ବର୍ଷୀୟ କାର୍ଲୋସଙ୍କୁ TLC ଶୋ "ମାଇ ଷ୍ଟ୍ରେଞ୍ଜ ଆଡିକସନ୍"ର ଏକ ଏପିସୋଡ୍ରେ ଜୀବନ୍ତ କୀଟପତଙ୍ଗ ଏବଂ କଙ୍କଡ଼ା ଖାଉଥିବାର ଦେଖାଯାଇଥିଲା । କାର୍ଲୋସ୍ କଙ୍କଡ଼ାକୁ ଏକ ସ୍ୱାଦିଷ୍ଟ ପନିପରିବା ସହିତ ତୁଳନା କରିଥିଲେ । କକୋରା ହେଉଛି ଏକ ପ୍ରକାକ କୀଟ ପ୍ରଜାତି । କାର୍ଲୋସ କୁହନ୍ତି ଯେ, "କକୋରାର ଭିତର ଅଂଶ "କଷ୍ଟାର୍ଡ ପରି" ସ୍ୱାଦ ଦିଏ । ଯେତେବେଳେ ସେମାନେ ମୋ ପାଟିରେ ଘୁରି ବୁଲନ୍ତି ସେତେବେଳେ ଏହା ବହୁତ ଭଲ ଲାଗେ । ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆପଣ ଅନ୍ୟ କୌଣସି ପ୍ରକାର ଖାଦ୍ୟରୁ ଏପରି ଆନନ୍ଦ ପାଇବେ ନାହିଁ,।" ରିପୋର୍ଟ ଅନୁଯାୟୀ, କାର୍ଲୋସ ବେରୋଜଗାର ଅଛନ୍ତି । କିନ୍ତୁ ସେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି । ଅନ୍ୟପଟେ ତାଙ୍କ ସ୍ତ୍ରୀ ଚିନ୍ତିତ ଯେ, କାର୍ଲୋସ ତାଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଉଭୟଙ୍କ ସଞ୍ଚୟକୁ ନଷ୍ଟ କରୁଛନ୍ତି । ଏହି ମାଟି ପୋକ ଶସ୍ତା ନୁହେଁ । TLC ଶୋ’ ରେ କାର୍ଲୋସ ଏକ କୀଟପତଙ୍ଗ ଦୋକାନରୁ ଖାଦ୍ୟ ପୋକ ଏବଂ କୋକୁଆ କିଣିବା ପାଇଁ ୮ ଡଲାର ଖର୍ଚ୍ଚ କରିଥିଲେ ।
ପିଲାବେଳୁ କୀଟପତଙ୍ଗ ଖାଇବା ଅଭ୍ୟାସ:
କାର୍ଲୋସ୍ କହିଛନ୍ତି, ସେ ପିଲାଦିନରୁ କୀଟପତଙ୍ଗ ଖାଇବା ଆରମ୍ଭ କରିଥିଲେ । ସେ କୁହନ୍ତି, "ମୁଁ ବହୁତ ଛୋଟ ବୟସରୁ ସେଗୁଡ଼ିକୁ ଖାଇବା ବିଷୟରେ ସବୁବେଳେ ଚିନ୍ତା କରେ । ମୋର ପ୍ରଥମ ପିଲାଦିନର ସ୍ମୃତି ହେଉଛି ମୁଁ ପ୍ରାୟ ୪ ବର୍ଷର ଥିଲି ଯେତେବେଳେ ପ୍ରଥମ କୀଟ ଖାଇଥିଲି ।" ବର୍ତ୍ତମାନ, କାର୍ଲୋସ୍ ପ୍ରତିଦିନ ପାଖିପାଖି ୧୦୦ଟି ଜୀବନ୍ତ କୀଟପତଙ୍ଗ ଖାଉଛନ୍ତି । ସେ କୁହନ୍ତି, "ଯେତେବେଳେ ମୁଁ ଜୀବନ୍ତ କୀଟପତଙ୍ଗ ଖାଏ ଏବଂ ଚୋବାଇ ଥାଏ, ମୋତେ ଲାଗେ ଯେ ମୁଁ ସେମାନଙ୍କ ଭାଗ୍ୟ ମୋ ନିୟନ୍ତ୍ରଣରେ ।"