ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଏକ ବହୁବିବାହ ଧାର୍ମିକ ନେତାଙ୍କୁ ମିଳିଛି ଜେଲ୍ ଦଣ୍ଡ। ସୋମବାର ( ୯ ଡିସେମ୍ୱର)ରେ ତାଙ୍କୁ ୫୦ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଶୁଣା ଯାଇଛି। ତାଙ୍କୁ ୯ବର୍ଷ ବୟସର ନାବାଳିକାଙ୍କୁ ଅପରାଧିକ ଯୌନ କାର୍ଯ୍ୟରେ ଲିପ୍ତ କରାଇବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଛି। କୁହାଯାଉଛି ଯେ , ଏହି ନେତାଙ୍କର ୨୦ରୁ ଅଧିକ ଆଧ୍ୟାତ୍ମକ ପତ୍ନୀ ଅଛନ୍ତି। ସେ ସୁରକ୍ଷାତ୍ମକ ହେପାଜତରୁ ପିଲାଙ୍କୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରୁଥିଲେ । ଝିଅମାନଙ୍କୁ ନେଇ ଅନ୍ୟ ବୟସ୍କ ବ୍ୟକ୍ତିଙ୍କ ସହ ଯୌନ କ୍ରିୟା କରିବା ପାଇଁ ବାଧ୍ୟ କରୁଥିଲେ।
ସାମୁଅଲ ବେଟ୍ମ୍ୟାନ ନାମକ ଏହି ବ୍ୟକ୍ତି , ଯିଏକି ଏକ ଏମିତି ଗୋଷ୍ଠୀର ନେତୃତ୍ୱ ନେଇଥିଲ , ଯିଏ ଦିନେ ୱାରେନ ଜେଫ୍ସ୍ ନେତୃତ୍ୱର ସଂପ୍ରଦାୟର ଜଣେ ସଦସ୍ୟ ଥିଲା। ଝିଅଙ୍କୁ ଚାଲାଣ କରିବା ଓ ତାଙ୍କୁ ଯୌନ ଅପରାଧରେ ଲିପ୍ତ କରିବା ତଥା ସୁରକ୍ଷାତ୍ମକ ହେପାଜତରୁ କିଛି ଝିଅଙ୍କୁ ଅପହରଣ କରିବାର ଯୋଜନା କରୁଥିବାର ସେ ଦୋଷ ସ୍ୱୀକାର କରିଛି।
ଏଗ୍ରିମେଣ୍ଟ ଅନୁସାରେ , ବେଟମେନ୍ ଯୌନ କାର୍ଯ୍ୟକଳାପ ପାଇଁ ଜଣେ ନାବାଳିକାକୁ ନେବାର ଯୋଜନା ରଚିବା ତଥା ଝିଅଙ୍କୁ ଅପହରଣର ଯୋଜନା କରିବାର ଏକ ମମଲାରେ ଦୋଷ ସ୍ୱୀକାର କରିଛି। ପିଲାଙ୍କୁ ଚାଲାଣ କରିବା ଅପରାଧରେ ୧୦ ବର୍ଷରୁ ନେଇ ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି। ଅପହରଣ ପାଇଁ ମଧ୍ୟ ଆଜୀବନ କାରାଦଣ୍ଡର ସଜା ପ୍ରାବଧାନ ରହିଛି। କୋର୍ଟ ବେଟମେନଙ୍କୁ ପ୍ରତ୍ୟେକ ମାମଲାରେ ୫୦ ବର୍ଷର ସଜା ଶୁଣାଇଛନ୍ତି , ଯାହାକି ତାଙ୍କୁ ଏକା ସାଥିରେ ପୂରା କରିବାକୁ ହେବ। ଏଗ୍ରିମେଣ୍ଟ ଅନୁସାରେ, କୋର୍ଟ ଅନ୍ୟ ଅଭିଯୋଗ ଗୁଡ଼ିକୁ ଖାରଜ କରି ଦେଇଛନ୍ତି।
ଅଧିକାରୀଙ୍କ ଅନୁସାରେ , ୪୮ ବର୍ଷିୟ ବେଟମେନ୍ ଫଣ୍ଡାମେଣ୍ଟଲିଷ୍ଟ ଚର୍ଚ ଅଫ୍ ଜିସସ କ୍ରାଇଷ୍ଟ ଅଫ୍ ଲାଟର-ଡେ ସେଣ୍ଟସ (ଏଫଏଲଡିଏସ)ର ଏକ ଶାଖା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, ଯାହା କୋଲୋରାଡୋ ସିଟି ,ଏରିଜୋନା ଓ ହିଲଡେଲ , ୟୁଟାର ପଡୋଶୀ କମ୍ୟୁନିଟିରେ ରହିଛି।