ନୂଆଦିଲ୍ଲୀ,୩୧/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନ୍ତରୀଣ ମାମଲା ମନ୍ତ୍ରୀ ଡଗ୍‌ ବର୍ଗମ୍‌ଙ୍କ ବିଷୟରେ ଏଭଳି ବୟାନ ଦେଇଛନ୍ତି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଟ୍ରମ୍ପ୍‌ କହିଛନ୍ତି, ମୁଁ ବର୍ଗମ୍‌ଙ୍କୁ ମନ୍ତ୍ରୀ କରିବାର କାରଣ ତାଙ୍କ ପତ୍ନୀ କ୍ୟାଥରିନ୍‌ ବହୁତ ସୁନ୍ଦର ।

ଗତ ଗୁରୁବାର ହ୍ୱାଇଟ୍‌ ହାଉସ୍‌ରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ କହିଥିଲେ, ସେ କ୍ୟାଥରିନ୍‌ଙ୍କୁ ପ୍ରଥମ ଥର ଏକ ଭିଡିଓରେ ଘୋଡ଼ାସବାରୀ କରୁଥିବା ଦେଖିଥିଲେ । ତା’ପରେ କ୍ୟାଥରିନ୍‌ଙ୍କ ବିଷୟରେ ତଥ୍ୟ ସଂଗ୍ରହ କଲେ । ତାଙ୍କ ଟିମ୍‌ କ୍ୟାଥରିନ୍‌ଙ୍କ ବିଷୟରେ ଟ୍ରମ୍ପ୍‌ଙ୍କୁ କହିଲେ । ତା’ପରେ ସେ ନିଷ୍ପତ୍ତି ନେଲେ, ଯେଉଁ ବ୍ୟକ୍ତିଙ୍କ ପାଖରେ ଏଭଳି ସାଥୀ ଥିବ, ଏହା ଆପଣାଛାଏଁ ଏକ ବଡ଼ ପ୍ରଶଂସା । ଟ୍ରମ୍ପ୍‌ ବର୍ଗମ୍‌ଙ୍କୁ ମଧ୍ୟ ପ୍ରଶଂସା କରି କହିଲେ, ସେ ଜଣେ ସଫଳ ବ୍ୟବସାୟୀ । ନର୍ଥ ଡକୋଟାର ଦୁଇ ଅବଧି ସତ୍ତେ୍ୱ ସେ ଗଭର୍ନର ଅଛନ୍ତି ଏବଂ ବହୁତ ଭଲ କାମ କରିଛନ୍ତି ।

ଆହୁରି ପଢନ୍ତୁ-କଙ୍ଗୋର କୋଲ୍ଟନ ଖଣିରେ ଭୂସ୍ଖଳ; ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ​​​​​​​

କାର୍ଯ୍ୟକ୍ରମରେ ଉଭୟ ବର୍ଗମ୍‌ ଓ କ୍ୟାଥରିନ୍‌ ଉପସ୍ଥିତ ଥିଲେ । ଟ୍ରମ୍ପ୍‌ଙ୍କର ଏହି ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ତାଙ୍କ ଉଦ୍ଦେଶ୍ୟ ଓ କହିବାର ଢଙ୍ଗ ରଙ୍ଗ ଉପରେ ପ୍ରଶ୍ନ ଉଠାଇଛନ୍ତି । କ୍ୟାବିନେଟ୍‌ ନିଯୁକ୍ତି ପାଇଁ ଜଣେ ମହିଳାଙ୍କ ସୌନ୍ଦର୍ଯ୍ୟ ଉପରେ ସେ ଏତେ ଜୋର୍‌ କାହିଁକି ଦେଲେ ବୋଲି ପଚାରୁଛନ୍ତି । ତେବେ ମହିଳାଙ୍କ ବିଷୟରେ ଏଭଳି ବୟାନ ଟ୍ରମ୍ପ୍‌ ପ୍ରଥମ ଥର ଦେଇନାହାନ୍ତି । ଏ ନେଇ ତାଙ୍କର ପୁରୁଣା ଇତିହାସ ରହିଛି । ସେ ମହିଳାଙ୍କ ସାମର୍ଥ୍ୟ ବଦଳରେ ସେମାନଙ୍କ ରଙ୍ଗ-ରୂପ ଉପରେ ଅଧିକ ଧ୍ୟାନ ଦିଅନ୍ତି ବୋଲି ତାଙ୍କ ବିରୋଧରେ ସର୍ବଦା ଅଭିଯୋଗ ହୁଏ ।