ୱାଶିଂଟନ୍,୦୫/୧୧: ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଆଜି ଭୋଟ ଦେବ । କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କାହାର ହେବ ହ୍ବାଇଟ ହାଉସ ତାକୁ ନେଇ ଚର୍ଚ୍ଚା । ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟ୍ ପାର୍ଟିର କମଳା ହାରିସ ବାଜି ମାରିବେ ନା କମବ୍ୟାକ କରିବେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନର ଡୋନାଲ୍ଡ ଟ୍ରମ୍ପ । ଦୁଇ ହେବିୱେଟଙ୍କ ମଧ୍ୟରେ କଡ୍ଡା ମୁକାବିଲା ଦେଖିବାକୁ ମିଳିବ। ଗୋଟିଏ ଶକ୍ତିଶାଳୀ ଦେଶର ବିଶ୍ବନେତା ବୋଲାଉଥିବା ରାଷ୍ଟ୍ରପତି କେତେ ଦରମା ପାଆନ୍ତି କ'ଣ ସୁବିଧା ମିଳେ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । ତେବେ ୟୁଏସ୍ଏର ବସ୍ ବା ଆମେରିକା ରାଷ୍ଟ୍ରପତିଙ୍କ ଦରମା କେତେ ଜାଣିଛନ୍ତି କି ? ଜାଣନ୍ତୁ ଏହି ରିପୋର୍ଟରେ ।
ଆମେରିକା ରାଷ୍ଟ୍ରପତିଙ୍କ ଦରମା କେତେ ?
ଆମେରିକାର ରାଷ୍ଟ୍ରପତିଙ୍କୁ ସରକାରୀ ରାଜକୋଷରୁ ଦରମା ମିଳିଥାଏ । ସାଧାରଣ ଦେଶବାସୀଙ୍କ ତୁଳନାରେ ଆମେରିକାର ରାଷ୍ଟ୍ରପତିଙ୍କ ଦରମା ଅଲଗା ଅର୍ଥାତ ୬ ଗୁଣା ଅଧିକ । ଆମେରିକା ରାଷ୍ଟ୍ରପତିଙ୍କୁ ୪୦୦,୦୦୦ ଡାଲାର ବା ୩.୩୬ କୋଟି ଟଙ୍କା ଦରମା ମିଳେ । ଖାଲି ସେତିକି ନୁହେଁ ଆମେରିକା ରାଷ୍ଟ୍ରପତିଙ୍କୁ ଅନ୍ୟାନ ସୁବିଧା ଯେପରି ପେନସମ ମଧ୍ୟ ମିଳିଥାଏ । ୫୦, ୦୦୦ ଡଲାର (୪୨ ଲକ୍ଷ) ଅତିରିକ୍ତ ଖର୍ଚ୍ଚ, ମନୋରଞ୍ଜନ, କର୍ମଚାରୀ ଓ ରୋଷେଇ ପାଇଁ ବର୍ଷକୁ ୧୯ ହଜାର ଡଲାର ଅର୍ଥାତ ୬୦ ଲକ୍ଷ ଟଙ୍କା ମିଳେ । ସମସ୍ତ ଖର୍ଚ୍ଚକୁ ମିସାଇ ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରତି ବର୍ଷ ମୋଟ ୫୬୯,୦୦୦ ଡଲାର ୪.୭୮ କୋଟି ଟଙ୍କା ମିଳେ ।
ଜୋ ବାଇଡେନଙ୍କ ଦରମା କେତେ?
ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଥିବା ଜୋ ବାଇଡେନଙ୍କ ବାର୍ଷିକ ଦରମା ୪ ଲକ୍ଷ ଡଲାର ଅର୍ଥାତ ୩.୩୬ କୋଟି ଟଙ୍କା । ୱାଶିଂଟନ ଡିସିରେ ଥିବା ହ୍ବାଇଟ ହାଉସ ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟାଳୟ ବା ବାସଭବନ । ଏଠାରେ ତାଙ୍କୁ କୌଣସି ଦେୟ ଦେବାକୁ ପଡେ ନାହିଁ । ପ୍ରଥମ ଥର ହ୍ବାଉଟ ହାଉସକୁ ପ୍ରବେଶ କଲେ ନିଜ ଅନୁଯାୟୀ ଘର ସାଜସଜ୍ଜା ପାଇଁ ୮୪ ଲକ୍ଷ ଟଙ୍କା ଦିଆଯାଏ । ୨୦୦୧ ପରଠୁ ବଢିନାହିଁ ଦରମା ।
କେତେ ଦରମା ପାଆନ୍ତି ଭାରତର ରାଷ୍ଟ୍ରପତି ?
ଭାରତର ରାଷ୍ଟ୍ରପତି ମାସକୁ ୫ ଲକ୍ଷ ଟଙ୍କା ଦରମା ପାଆନ୍ତି । ଏହା ସହିତ ଭାରତର ରାଷ୍ଟ୍ରପତି ଦେଶରେ ଯେକୌଣସି ସ୍ଥାନକୁ ମାଗଣାରେ ଯାତ୍ରା କରିବାକୁ ସୁବିଧା ପାଇଥାନ୍ତି । ଏହା ସହିତ ମାଗଣା ମେଡିକାଲ ସେବା ମଧ୍ୟ ରହିଛି । ପର୍ଣ୍ଣିସଡ ବିନା ଭଡାରେ ଘର, ଦୁଇଟି ଫୋନ, ୫ ଜଣ ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ରହିଥାନ୍ତି ।