ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପହଲଗା‌ମ୍‌ରେ ଆତଙ୍କବାଦ ଆକ୍ରମଣକୁ ଆମେରିକାର ଦୃଢ଼ ନିନ୍ଦା, ଆମେ ଭାରତ ସହ ଅଛୁ ବୋଲି କହିଲେ ଟାମି ବ୍ରୁସ୍

Published By : Swapna Ray | April 25, 2025 3:45 PM

ନୂଆଦିଲ୍ଲୀ, ୨୫।୪: ଜମ୍ମୁ-କଶ୍ମୀରର ପହଲଗା‌ମ୍‌ରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆମେରିକା । ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଆମେରିକା କହିଛି । ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ଟାମି ବ୍ରୁସ ଗୁରୁବାର କହିଛନ୍ତି କି , "ଜଘନ୍ୟ" ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତମାନଙ୍କୁ ନ୍ୟାୟ ପାଇଁ ଆହ୍ୱାନ କରୁଛି । ରାଷ୍ଟ୍ରପତି (ଡୋନାଲ୍ଡ) ଟ୍ରମ୍ପ ଏବଂ ସଚିବ (ମାର୍କୋ) ରୁବିଓ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଭାରତ ସହିତ ଠିଆ ହୋଇଛି । ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି । "ଆମେ ନିହତ ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ । ଏହି ଘୃଣ୍ୟ କାର୍ଯ୍ୟ ପାଇଁ ନ୍ୟାୟ ଆହ୍ୱାନ କରୁଛୁ," ବୋଲି ବ୍ରୁସ୍ ଆହୁରି କହିଛନ୍ତି ।

ମଙ୍ଗଳବାର କଶ୍ମୀରର ପହଲଗାମ୍ ସହର ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨୮ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ ପର‌୍ୟ୍ୟଟକ ଥିଲେ । ଆମେରିକା ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଏବଂ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ୱାଶିଂଟନ୍ କୌଣସି ଭୂମିକା ଗ୍ରହଣ କରୁଛି କି ନାହିଁ ସେ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ବ୍ରୁସ୍ କହିଛନ୍ତି ଯେ, ପରିସ୍ଥିତିର ଗମ୍ଭୀରତା ଯୋଗୁ ଏହି ପ୍ରସଙ୍ଗକୁ ଉଜାଗର କରାଯାଇଛି କିନ୍ତୁ ବର୍ତ୍ତମାନ ଆଉ କୌଣସି ମନ୍ତବ୍ୟ ଦିଆଯିବ ନାହିଁ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.