ୱାଶିଂଟନ, ୨୨/୦୨ : ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଯୋଗ୍ୟ ଭାବିଲେନି ପ୍ରଧାନମନ୍ତ୍ରୀ ମୋଦି। ସେଥିପାଇଁ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ କଷିଦେଲା ଆମେରିକା। ନିଜ ହିତ ପାଇଁ ଆର୍ଥିକ ନୀତିକୁ ବ୍ୟବହାର କରୁଛନ୍ତି ଡୋନାଲ୍ଡ। ଡେମୋକ୍ରାଟିକ୍ ସିନେଟର ମାର୍କ ୱାର୍ଣ୍ଣରଙ୍କ ଦାବି। ଗତବର୍ଷ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ପ୍ରଥମେ ୨୫ ପ୍ରତିଶତ ଟାରିଫ୍ ଲଗାଇଥିଲେ। ଏହାପରେ ପୁଣି ୨୫ ପ୍ରତିଶତ ଟାରିଫ୍ ଲଦିଥିଲେ। ଋଷ ଠାରୁ ତେଲ କିଣି ଭାରତ ପୁଟିନଙ୍କୁ ଯୁଦ୍ଧ ପାଇଁ ଫଣ୍ଡ ଯୋଗାଉଥିବାରୁ ଏହା ଦଣ୍ଡାତ୍ମକ ଶୁଳ୍କ ବୋଲି ଟ୍ରମ୍ପ କହିଥିଲେ।
ବର୍ଜିନିଆରେ ଅହମଦିଆ ମୁସଲମ ସମୁଦାୟର ଏକ କାର୍ଯ୍ୟକ୍ରମରେ ଡେମୋକ୍ରାଟିକ୍ ସିନେଟର ମାର୍କ ୱାର୍ଣ୍ଣର ସମ୍ପୂର୍ଣ୍ଣ ଓଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମୋଦିଙ୍କ ଉପରେ ରାଗି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ। କାରଣ ମୋଦି ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ଅଯୋଗ୍ୟ ବୋଲି ଭାବୁଥିଲେ। ଯାହାକି ଆମେରିକାର ଅର୍ଥନୈତିକ ନୀତିର ସମ୍ପୂର୍ଣ୍ଣ ବିରୋଧୀ।
୨୦୨୫ ମେ ମାସରେ ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଅଟକାଇ ଦେଇଛନ୍ତି ଟ୍ରମ୍ପ ଦାବି କରିଥିଲେ। ହେଲେ ୱାର୍ଣ୍ଣର ଟ୍ରମ୍ପଙ୍କ ଯୁଦ୍ଧବିରାମ ଦାବି ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ମୁଁ ଭାରତ ସରକାର, ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଆମେରିକୀୟ ଇଣ୍ଟେଲିଜେନ୍ସ କମିଟିର ସଦସ୍ୟଙ୍କ ଠାରୁ ଯାହା ଶୁଣିଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହା ଭାରତ ଏବଂ ପାକିସ୍ତାନର ଆନ୍ତରିକ ମାମଲା। ଜାନୁଆରୀରେ ଏକ ସାକ୍ଷାତକାରରେ ୱାର୍ଣ୍ଣର କହିଥିଲେ ଯେ, କ୍ୱାଡ୍ ଏବଂ ଟୁ-ପ୍ଲସ୍-ଟୁ ଡାଏଲଗ୍ ସମେତ ଭାରତ-ଆମେରିକା ସୁରକ୍ଷା ଢାଞ୍ଚାର ଗତି ମନ୍ଥର ହେଉଛି। ଟ୍ରମ୍ପ ପ୍ରଶାସନ ପାରମ୍ପରିକ କୂଟନୀତି ଏବଂ ସୁରକ୍ଷା ବ୍ୟବସ୍ଥା ପ୍ରତି କମ୍ ଧ୍ୟାନ ଦେଉଛନ୍ତି। ଚୀନ୍ ଆମେରିକା ଅପେକ୍ଷା ଅଧିକ ବିଶ୍ଵାସଯୋଗ୍ୟ ସହଯୋଗୀ ହୋଇପାରେ ବୋଲି କିଛି ଆମେରିକୀୟ କହୁଛନ୍ତି। ଯାହାକି ଚିନ୍ତାର ବିଷୟ।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନକୁ ମହଙ୍ଗା ପଡ଼ିବ ଏୟାରଷ୍ଟ୍ରାଇକ୍, କଡ଼ା ଚେତାବନୀ ଦେଇ ନାଲିଆଖି ଦେଖାଇଲା ଆଫଗାନିସ୍ତାନ