ନୂଆଦିଲ୍ଲୀ, ୧୪।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ଗୁରୁବାର ୟୁରୋପରେ ଚାରୋଟି ବାମପନ୍ଥୀ ଗୋଷ୍ଠୀକୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ । ରକ୍ଷଣଶୀଳ କର୍ମୀ ଚାର୍ଲି କିର୍କଙ୍କ ହତ୍ୟା ପରେ ଟ୍ରମ୍ପ ବାମପନ୍ଥୀ ଉଗ୍ରବାଦ ଉପରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମସ୍ତ ନେଟୱାର୍କ ୟୁରୋପରେ ସକ୍ରିୟ ଅଛନ୍ତି । ଆମେରିକାରେ ସେମାନଙ୍କର କୌଣସି ସିଧାସଳଖ ବିସ୍ଫୋରଣର ରେକର୍ଡ ନାହିଁ । ଏମାନଙ୍କ ଉପରେ ବିସ୍ଫୋରଣ କରିବା, ସରକାରୀ କୋଠା ବାହାରେ ବୋମା ଲଗାଇବା ଭଳି ହିଂସାତ୍ମକ ଆକ୍ରମଣ କରିବାର ଅଭିଯୋଗ ରହିଛି ।

ୟୁରୋପରେ ବାମପନ୍ଥୀ ହିଂସାର ରହିଛି ଲମ୍ବା ଇତିହାସ:

ରିପୋର୍ଟ ଅନୁସାରେ, ୟୁରୋପ ଦଶନ୍ଧି ଧରି ବାମପନ୍ଥୀ ରାଜନୈତିକ ହିଂସାର ଏକ ଉତ୍ପତ୍ତିସ୍ଥଳ ହୋଇଆସିଛି । ଆମେରିକାରେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅଧିକାଂଶ ଆକ୍ରମଣ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଛି । ଟ୍ରମ୍ପ ପ୍ରଶାସନ କହିଛି ଯେ, ଅରାଜକତାବାଦୀ ନେଟୱାର୍କଗୁଡ଼ିକ ପାଶ୍ଚାତ୍ୟ ସଭ୍ୟତାକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଟ୍ରମ୍ପଙ୍କ ଟାର୍ଗେଟରେ ଚାରୋଟି ୟୁରୋପୀୟ ଗୋଷ୍ଠୀ:

ଇଟାଲୀର ଇଣ୍ଟରନ୍ୟାସନାଲ ରିଭୋଲ୍ୟୁସନାରୀ ଫ୍ରଣ୍ଟ

ଗ୍ରୀସ୍ର ସଶସ୍ତ୍ର ସର୍ବହରା ନ୍ୟାୟ

ଗ୍ରୀସ୍ର ରିଭୋଲ୍ୟୁସନ କ୍ଲାସ ସେଲ୍ଫ ଡିଫେନ୍ସ

ଜର୍ମାନୀର ଆଣ୍ଟିଫା ଓଷ୍ଟ

ଆଣ୍ଟିଫା ଉପରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି: 

ଟ୍ରମ୍ପ ପ୍ରଶାସନ ପୂର୍ବରୁ ଆଣ୍ଟିଫାକୁ ଏକ ଘରୋଇ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି । ତଥାପି, ଆମେରିକୀୟ ଆଇନ ଅନୁଯାୟୀ, ବିଦେଶୀ ଗୋଷ୍ଠୀ ପରି ଘରୋଇ ଗୋଷ୍ଠୀଗୁଡ଼ିକୁ ବିଦେଶୀ ଆତଙ୍କବାଦୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରିବନାହିଁ । ଗୁରୁବାର ସନ୍ଧ୍ୟାରେ ୟୁରୋପରେ ଏନେଇ ଘୋଷଣା କରାଯାଇଥିଲା, ତେଣୁ ସମ୍ପୃକ୍ତ ଦେଶଗୁଡ଼ିକର ସରକାରଙ୍କ ପ୍ରତିକ୍ରିୟା ତୁରନ୍ତ ମିଳିପାରିନଥିଲା । ୟୁରୋପରେ ଏହି ଗୋଷ୍ଠୀଗୁଡ଼ିକ ଉପରେ ବହୁ ଦିନ ଧରି ତଦନ୍ତ ଜାରି ରହି ।