ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଜାତୀୟ ସୁରକ୍ଷାକୁ ନେଇ କଠୋର ଆମେରିକା; ‘ଭିସା’ ପାଇଁ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ

Published By : Manash Sahoo | June 24, 2025 6:38 PM

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା । ଜାତୀୟ ସୁରକ୍ଷାକୁ ନେଇ କଠୋର ହେଲା ଆମେରିକା । ଏନେଇ ସଂଯୁକ୍ତ ରାଷ୍ଟ୍ର ଆମେରିକା ନେଇଛି ବଡ଼ ପଦକ୍ଷେପ । ଭିସା ଆବେଦନ କଲେ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ । ବିଦେଶୀ ଛାତ୍ରାଛତ୍ରୀ ଓ ଅନ୍ୟ ମାନଙ୍କ ପାଇଁ ଏଭଳି ନିୟମ ଆଣିଛନ୍ତି ଟ୍ରମ୍ପ ସରକାର । 

ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଭାରତୀୟ ଛାତ୍ରଛାତ୍ରୀ ଏବଂ ଅନ୍ୟ ଭିସା ଆବେଦନକାରୀ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ନିୟମ ଅନୁଯାୟୀ, F,M ଏବଂ J ନନ୍-ଇମିଗ୍ରେସନ ଭିସା ଆବେଦନକାରୀଙ୍କ ପାଇଁ ଉଦ୍ଧିଷ୍ଟ । ଗତ ମାସରେ ଛାତ୍ରଛାତ୍ରୀଙ୍କ ଭିସା ପ୍ରୋସେସିଂ ଉପରେ କିଛି ସମୟ ପାଇଁ ରୋକ୍ ଲଗାଇଥିଲେ । ଏହା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ନୂଆ ନିୟମ ଆଣିଛନ୍ତି । ଆମେରିକୀୟ ଦୂତାବାସ ସୋମବାର ଏହ ବିଜ୍ଞପ୍ତି ଜାରି କରି F, M ଏବଂ J ନନ୍-ଇମିଗ୍ରେସନ ଭିସା ଆବେଦନକାରୀଙ୍କୁ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଗୋପନୀୟତା ସେଟିଂସକୁ ସାର୍ବଜନିକ କରିବାକୁ କହିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକା ନିୟମ ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀ ଏବଂ ଅନ୍ୟ ଭିସା ଆବେଦନକାରୀଙ୍କ ପରିଚୟ ଯାଞ୍ଚ୍ କରିବା ଜରୁରୀ ।

F ଶ୍ରେଣୀର ‘ଭିସା’ ଆମେରିକାରେ ଶିକ୍ଷାଦାନ ଅଧ୍ୟୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ମିଳିଥାଏ । M ଶ୍ରେଣୀର ‘ଭିସା’ ବ୍ୟବସାୟୀ ଏବଂ ଅନ୍ୟ ଶ୍ରେଣୀର ଲୋକଙ୍କ ପାଇଁ ଉପଲବ୍ଧ ହୋଇଥାଏ । ସେହିପରି J ଶ୍ରେଣୀର ‘ଭିସା’ କିଛି ସପ୍ତାହରୁ ନେଇ କିଛି ବର୍ଷ ପାଇଁ ପଢ଼ିବା, ଅଧ୍ୟୟନ କରିବା, ଅନୁସନ୍ଧାନ କରିବା କିମ୍ବା ଚାକିରି ଆଦି ପାଇଁ ମିଳିଥାଏ ।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.