ନୂଆଦିଲ୍ଲୀ : ଭଲ ହାଇଟ୍ ହେବା ପିଲାଙ୍କ କନଫିଡେନ୍ସ  ସ୍ତର ଓ ପର୍ସନାଲିଟି ଉଭୟକୁ ବୃଦ୍ଧି କରିଥାଏ। ଏମିତି ତ ହାଇଟ୍‌ ଏକ ଏମିତି ଫ୍ୟାକ୍ଟର , ଯାହା ଖୁବ୍‌ ସମୟ ଯାଏ ଅନୁବଂଶିକ କାରଣ ଉପରେ ନିର୍ଭର କରିଥାଏ , କିନ୍ତୁ ଅନେକ ସମୟରେ ଖାଦ୍ୟପେରେ ସଠିକ୍‌ ନହୋଇ ଥିଲେ ଏହା ଶିଶୁଙ୍କ ହାଇଟ୍‌ ଉପରେ ପ୍ରଭାବ ପକାଇ ଥାଏ। ଏମିତି ହୁଏ କି, ଅଳ୍ପ ବୟସରେ ଶିଶୁର ହାଇଟ୍‌ କମି ଯିବା ଭଳି ଲାଗେ, ଯାହାକୁ ନେଇ ମାତା-ପିତା ଖୁବ୍ ଚିନ୍ତାରେ ପଡ଼ି ଯାନ୍ତି। ହେଲେ ଏହି ସମୟରେ ଯଦି କିଛି ବେସିକ୍‌ ଏକ୍ସରସାଇଜ୍‌ ଓ ସଠିକ୍‌ ଖାଦ୍ୟପେୟ ଉପରେ ଧ୍ୟାନ ଦିଆ ଯାଏ , ତ ହାଇଟ୍‌ ଉପରେ ଭଲ ପ୍ରଭାବ ମଧ୍ୟ ପଡ଼ି ପାରେ। ଆପଣ ଶିଶୁର ଡାଇଟ୍‌ରେ କିଛି ଏମିତି ଜୁସ୍‌ ସାମିଲ କରି ପାରନ୍ତି , ଯାହା ତାଙ୍କୁ ସବୁ ଜରୁରୀ ପୋଷକ ତତ୍ତ୍ୱ ଦେବ। ଏଥିରୁ ଶିଶୁର ଶାରୀରିକ ବିକାଶ ଭଲ ପ୍ରକାରର ହେବ ଏବଂ ତାଙ୍କର ହାଇଟ୍‌ ମଧ୍ୟ ଗ୍ରୋ କରିବ। ଆସନ୍ତୁ ଜାଣିବା ଏମିତି କିଛି ଜୁସ୍‌ ବିଷୟରେ-

ଗାଜରର ଜୁସ୍‌ ପିଇବା ଦ୍ୱାରା ମିଳିବ ଫାଇଦା –

ଗାଜରରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍-ଏ, ଭିଟାମିନ୍-ସି , ଫାଇବର , ପୋଟାସିୟମ୍, ଆଣ୍ଟିଅକ୍ସିଡେଣ୍ଟସ , ଭିଟାମିନ-କେ , ଫସଫରସ୍‌ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ଗାଜର ସେବନ କରିବା ଦ୍ୱାରା ଶରୀର ଏଥିରେ ଥିବା ଭିଟାମିନ-ଏ’କୁ  ବିଟା-କ୍ୟାରୋଟିନ୍‌ରେ କନଭର୍ଟ କରିଦେଇ ଥାଏ , ଯେଉଁଥିରେ ହାଡ଼ ଗୁଡ଼ିକ ମଜବୁତ ହୁଏ ଓ ଶରୀରର ଅଭିବୃଦ୍ଧିରେ ସାହାଯ୍ୟ ମିଳିଥାଏ। ବୟସ ବଢିବା ସହ ପିଲାଙ୍କ ହାଇଟ୍‌ ବୃଦ୍ଧି ପାଇଁ ତାଙ୍କୁ ଗାଜରର ଜୁସ୍‌ ପିଆଇବା ଆୟୁର୍ବେଦିକ ଭାବେ ଖୁବ୍‌ ଫଳପ୍ରଦ ମନେହୁଏ। ଆପଣ ଚାହିଁଲେ ପିଲାଙ୍କୁ ଗାଜର , ପରିବା ଓ ସାଲାଡ ଭାବେ ଖାଇବାକୁ ମଧ୍ୟ ଦେଇ ପାରନ୍ତି।  

ପିଲାଙ୍କୁ ଦିଅନ୍ତୁ ପିଜୁଳି ଜୁସ୍‌- 

ବୟସ ବୃଦ୍ଧି ସହ ପିଲାର ହାଇଟ୍‌ ବଢିବା ପାଇଁ ତାକୁ ପିଜୁଳିର ଜୁସ୍‌ ପିଆଇବା ମଧ୍ୟ ଖୁବ୍‌ ଫଳପ୍ରଦ। ପିଜୁଳିରେ ଭରପୂର ମାତ୍ରାରେ ଭିଟାମିନ-ସି , କାଲସିୟମ୍‌, ଆଇରନ , ଭିଟାମିନ୍-ଡି , ଭିଟାମିନ୍‌-ବି୬, ଭିଟାମିନ୍‌ –ବି ୧୨ ଓ ମ୍ୟାଗ୍ନେସିୟମ ମିଳେ। ଏହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭକାରୀ । ଏହାକୁ ପିଇବା ଦ୍ୱାରା ପେଟ ସହ ଜଡ଼ିତ ସବୁ ସମସ୍ୟା ଦୂର ହୋଇ ଥାଏ। ପିଲାର ସଂପୂର୍ଣ୍ଣ ଶାରୀରିକ ବିକାଶରେ ସାହାଯ୍ୟ ମିଳିଥାଏ। 

ପାଳଙ୍ଗ ଜୁସ୍‌ ମଧ୍ୟ ଫଳପ୍ରଦ -  

ପିଲାଙ୍କୁ ନିୟମିତ ଭାବେ ପାଳଙ୍ଗର ଜୁସ୍‌ ପିଆଇବା ମଧ୍ୟ ଫଳପ୍ରଦ । ଏହାକୁ ପିଇବା ଦ୍ୱାରା ଶରୀରରେ ଆଇରନର ଅଭାବ ଦୂର ହୁଏ । ଶରୀରର ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିବାକୁ ହେଲେ ବା ଆଖିର ରଶ୍ମିକୁ ବଢାଇବା , ସମସ୍ତଙ୍କ ପାଇଁ ପାଳଙ୍ଗର ଜୁସ୍‌ ଖୁବ୍‌ ଫଳପ୍ରଦ । ଏସବୁ ବ୍ୟତୀତ ପାଳଙ୍ଗ ଜୁସ୍‌ ବୟସ ବୃଦ୍ଧି ସହ ପିଲାଙ୍କ ହାଇଟ୍‌କୁ ବଢାଇବାରେ ସାହାଯ୍ୟ କରେ। 

 କମଳା ଜୁସ୍‌ରେ ବଢିବ ହାଇଟ୍‌-

ବୟସ ବୃଦ୍ଧି ସହ ପିଲାର ହାଇଟ୍‌ ଗ୍ରୋଥ୍‌ ପାଇଁ ତାଙ୍କର ଡାଇଟ୍‌ରେ କମଳାର ଜୁସ୍ ସାମିଲ ମଧ୍ୟ ଖୁବ୍‌ ଉପକାରୀ। କମଳାରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍‌ ସି , କ୍ୟାଲସିୟମ, ଫାଇବର , ଆଇରନ , ଫସଫରସ ଓ କ୍ୟାରୋଟିନ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଥାଏ। ଏହାକୁ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ମଜବୁତ ହୋଇ ଥାଏ ଏବଂ ହାଡ଼ ମଜବୁତ ହୋଇ ଥାଏ । 

କଦଳୀ ଶେକ୍‌ ମଧ୍ୟ ଫଳପ୍ରଦ -

କଦଳୀ ସୁପର ଫୁଡ୍‌ର କ୍ୟାଟେଗୋରୀରେ ଆସିଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍‌ , କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ପୋଟାସିୟମ ମିଳିଥାଏ। କଦଳୀର ଶେକ୍‌ ପିଇବା ଦ୍ୱାରା ହାଡ଼ ମଜବୁତ୍‌ ହୋଇଥାଏ, ଯେଉଁଥିରେ ପିଲାର ଶାରୀରିକ ବିକାଶ ଖୁବ୍‌ ଜୋରରେ ହୋଇ ଥାଏ। ଯଦି ବୟସ ବୃଦ୍ଧି ସହ ଆପଣଙ୍କ ପିଲାର ହାଇଟ୍‌ ବଢେ ନାହିଁ , ତ ତାକୁ କଦଳୀର ଶେକ୍‌ ପିଆଇବା ବହୁତ ହିଁ ଫଳପ୍ରଦ ରହିବ।