ନୂଆଦିଲ୍ଲୀ : ଯେବେ ଭାରତରେ ପେଟ୍ରୋଲ ଓ ଡିଜେଲ ଗାଡ଼ି ଗୁଡ଼ିକର ସ୍ଥାନରେ ଇଲେକ୍ଟ୍ରିକ ଗାଡ଼ିକୁ ଆପଣାଇବା ଆଲୋଚନା ଚାଲିଛି , ସେତେବେଳେ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବ ଏକ ଅଲଗା ଦୃଷ୍ଟିକୋଣରରେ ଏହି କଥା କହିଛନ୍ତି। ତାଙ୍କର କହିବାନୁସାରେ,ଇଲେଟ୍ରିକ୍‌ ଗାଡ଼ିରେ ପ୍ରଦୂଷଣ ହ୍ରାସ କରିବା ସମ୍ଭବ ନୁହେଁ। ବିଶେଷକରି ସେପର୍ଯ୍ୟନ୍ତ ଯେବେ ଯାଏ ଦେଶ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ଓ ଡିଜେଲ ଉପରେ ନିର୍ଭରଶୀଳ। ଆସନ୍ତୁ ବିସ୍ତାର ଭାବେ ଏହାକୁ ବୁଝିବା। 

ଏଚଟି ଅଟୋର ଏକ ରିପୋର୍ଟ ମୁତାବିକ, ଚିକ୍କବଲ୍ଲାପୁରରେ ୨୨ଡିସେମ୍ୱରରେ ଏକ କାର୍ଯ୍ୟକ୍ରମ ବେଳେ ଇଶା ଫାଇଣ୍ଡେସନର ସଂସ୍ଥାପକ ଜଗି ବାସୁଦେବ କହି ଥିଲେ, ଇଲେକ୍ଟ୍ରିକ୍‌ ଗାଡ଼ିକୁ ପ୍ରଦୂଷଣ ହ୍ରାସ କରିବାର ଉଦ୍ଦେଶ୍ୟକୁ ଭାବିବା ବ୍ୟର୍ଥ , ଯେପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନର ମୁଖ୍ୟ ଉତ୍ସ କୋଇଲା ଓ ଅନ୍ୟ ଜୀବାଶ୍ମ ଇନ୍ଧନ ହିଁ ଜାରି ରହିବ। ସେ କହିଛନ୍ତି କି ଇଭିରୁ ଧୂଆଁ ବାହାରି ନଥାଏ , ଏହା ସହର ବଜାର ପାଇଁ ଭଲ। ହେଲେ ପର୍ଯ୍ୟାବରଣର ଦୀର୍ଘକାଳିନ ସ୍ୱାସ୍ଥ୍ୟ ପାଇଁ ଏହା ଫଳପ୍ରଦ ନୁହେଁ । 

ଭାରତରେ ପ୍ରତି ବର୍ଷ ପାଖାପାଖି ୫୦ ପ୍ରତିଶତ ବିଦ୍ୟୁତ୍‌ କୋଇଲାରୁ ଉତ୍ପନ୍ନ ହୋଇ ଥାଏ, ଯାହାକି ଡିଜେଲ୍‌ର ଯୋଗଦାନ ବହୁତ ହିଁ ସାମାନ୍ୟ। ଏହାର ତୁଳନାରେ ପବନ, ସୌର ଓ ଜଳ ବିଦ୍ୟୁତ୍‌ ଭଳି ପର୍ଯ୍ୟାବରଣର ଅନୁକୂଳ ବିକଳ୍ପର ଯୋଗଦାନ ୪୧ପ୍ରତିଶତ ରହିଛି।

ବାସୁଦେବଙ୍କର ଏହି ବୟାନ ଏକ ପୁରୁଣା ଯୁକ୍ତିକୁ ପୁଣି ଥରେ ଉଜାଗର କରିଛି। ଇଲେକ୍ଟ୍ରିକ୍‌ ଗାଡ଼ି ସେପର୍ଯ୍ୟନ୍ତ ପର୍ଯ୍ୟାବରଣର ଅନୁକୂଳ ହୋଇ ପାରିବ ନାହିଁ , ଯେପର୍ଯ୍ୟନ୍ତ ତାର ବ୍ୟାଟେରୀର ନିର୍ମାଣ ଓ ବିଦ୍ୟୁତ୍‌ର ଉତ୍ସ ପ୍ରଦୂଷଣ ମୁକ୍ତ ନୁହେଁ। ବ୍ୟାଟେରୀ ଆଦିରେ ବ୍ୟବହୃତ ହେଉଥିବା ଖଣିଜ ଓ ଏହାର ନିର୍ମାଣ ମଧ୍ୟ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ। ଏହା ବ୍ୟତୀତ କୋଇଲାରୁ ଉତ୍ପନ୍ନ ବିଦ୍ୟୁତ୍‌ର ବ୍ୟବହାର ଇଭି ଚାର୍ଜିଂ ପାଇଁ କରାଯାଏ , ଯାହା ପରିବେଶ ପ୍ରଦୂଷଣକୁ ଜାରି ରଖି ଥାଏ।

ସବୁଠୁ ମଜାଦାର କଥା ଏହା କି ଜଗି ବାସୁଦେବ ନିଜେ ଜଣେ ଅଟୋମୋବାଇଲ ପ୍ରେମୀ ଏବଂ ତାଙ୍କ ପାଖରେ ଅନେକ ଲଗଜରୀ ଗାଡ଼ି ଓ ବାଇକ୍ସ ରହିଛି,ଯାହା ପେଟ୍ରୋଲ ଓ ଡିଜେଲରେ ଚାଲିଥାଏ।