ନୂଆଦିଲ୍ଲୀ : ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ବିଜୁଳି ବିଭାଗ ଦ୍ବାରା ଲଗାଯାଉଥିବା ସ୍ମାର୍ଟ ମିଟରକୁ ନେଇ ବର୍ଷିଛନ୍ତି । ଏକ ଭିଡିଓ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ । ଜାଣିଶୁଣି ଲୋକଙ୍କଠାରୁ ଅଧିକ ଟଙ୍କା ନିଆଯାଉଛି । ସ୍ମାର୍ଟ ମିଟର ନାଁରେ ଚାଲିଛି ଠକେଇ । ସରକାରଙ୍କ ଜାଣତରେ ଏଭଳି ଦୁର୍ନୀତି କରାଯାଉଥିବା ଅଭିଯୋଗ କରିଛନ୍ତି ଅଖିଳେଶ ।
ଅଖିଳେଶ ପୋଷ୍ଟରେ ଲେଖିଛନ୍ତି କି, ଇଭିଏମ ଭଳି ସ୍ମାର୍ଟମିଟରରେ ଘୋଟାଲା କରୁଛି ବିଜେପି ସରକାର । ପୂର୍ବ ଅପେକ୍ଷା ଏବେ ଅଧିକ ବିଲ୍ ଉଠୁଛି । ଯାହା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ୍ ଦାମ ବଢୁଛି, ଦରଦାମ ମଧ୍ୟ ବମିବାରେ ଲାଗିଛି । ଯେଉଁଥିରେ ସାଧାରଣ ଲୋକେ ପେଶି ହେଉଛନ୍ତି ।
ବିଦ୍ୟୁତ ବିଭାଗ ଦ୍ୱାରା ଲଗାଯାଉଥିବା ସ୍ମାର୍ଟ ମିଟର ସମ୍ପର୍କରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି। ଶନିବାର ଦିନ, ହମିରପୁର ଜିଲ୍ଲାର ଲକ୍ଷ୍ମୀବାଇ ତିରାହା ସ୍ଥିତ କାଂଶୀରାମ କଲୋନୀରେ ଲୋକ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । କଲୋନୀର ଶତାଧିକ ଲୋକ ତହସିଲ ଅଫିସରେ ପହଞ୍ଚି ହୋହଲ୍ଲା କରିଛନ୍ତି । ଲୋକେ ଏହି ମିଟର ଗୁନିକୁ ପକାଇ ଭାଙ୍ଗି ଦେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : ଗର୍ଜିଲା ରିଙ୍କୁଙ୍କ ବ୍ୟାଟ୍, ରାଜସ୍ଥାନକୁ ୪ ଓ୍ବିକେଟରେ ହରାଇଲା KKR