ନୂଆଦିଲ୍ଲୀ,୦୪/୧୧: ସୋମବାର ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନ୍ୟ କେତେକ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ପରେ ପୁଣିଥରେ ଭାରତରେ ସଡ଼କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି। ଏହି ପ୍ରସଙ୍ଗରେ ପାକିସ୍ତାନ ଏବଂ ଅନେକ ଆଫ୍ରିକୀୟ ଦେଶ ଭାରତ ଅପେକ୍ଷା ଭଲ ଅବସ୍ଥାରେ ଅଛନ୍ତି। ଭାରତର ଉତ୍ତରାଖଣ୍ଡରେ ସବୁବେଳେ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ପାହାଡ଼ିଆ ରାଜ୍ୟ ଏବଂ ବିଶାଳ ଖାଲ ସହିତ ଏହି ଦୁର୍ଘଟଣା ପାଇଁ ଅନେକ ସୁରକ୍ଷା ସମ୍ବନ୍ଧୀୟ ଅବହେଳା ମଧ୍ୟ ଦାୟୀ।
ସଡ଼କ ଦୁର୍ଘଟଣା ମାମଲାରେ ଭାରତ ଏକ ନମ୍ବର ରହିଛି। ଏହି ସବୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ। ବ୍ରାଜିଲ, ପାକିସ୍ଥାନ ଏବଂ ନାଇଜେରିଆ ଭଳି ଅନେକ ଦେଶ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ଅପେକ୍ଷା ଭଲ ସ୍ଥିତିରେ ଅଛନ୍ତି। ଅନେକ ଆଫ୍ରିକୀୟ ଦେଶରେ ମୃତ୍ୟୁ ହାର ଭାରତଠାରୁ କମ୍। ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତଥାପି ସଡ଼କ ସୁରକ୍ଷା ଭାରତ ଭଳି ଜନବହୁଳ ରାଷ୍ଟ୍ର ପାଇଁ ଏକ ବଡ଼ ଚ୍ୟାଲଞ୍ଜ ପାଲଟିଛି।
ଦୁର୍ଘଟଣା ପାଇଁ ଦାୟୀ କିଏ?
ଉତ୍ତରାଖଣ୍ଡ ଭଳି ରାଜ୍ୟରେ ସଡ଼କ ଦୁର୍ଘଟଣା ପାଇଁ ଅନେକ କାରଣ ଦାୟୀ। ଉତ୍ତରାଖଣ୍ଡର ଅଧିକାଂଶ ଅଂଶ ପାହାଡ଼ିଆ, ଯେଉଁଠାରେ ରାସ୍ତା ସଂକୀର୍ଣ୍ଣ ଏବଂ ବୁଲାଣି, ତେଣୁ ଯଦି ବସ୍ ସଠିକ୍ ଭାବରେ ରକ୍ଷଣାବେକ୍ଷଣ ନହୁଏ ତେବେ ଏପରି ଦୁର୍ଘଟଣା ଘଟିବା ସ୍ବାଭାବିକ। ଯେତେବେଳେ ବସ୍ ଗୁଡିକ ବୁଲାଣି ରାସ୍ତା ଦେଇ ଯାଏ, ସେତେବେଳେ ବ୍ରେକ୍ ଛିଣ୍ଡିବାର ଆଶଙ୍କା ଥାଏ। ବର୍ଷା, ତୁଷାରପାତ ଏବଂ ମେଘ ଯୋଗୁଁ ଅନେକ ଥର ଦୁର୍ଘଟଣା ମଧ୍ୟ ଘଟେ।
ସେଠାରେ ଏମିତି ମଧ୍ୟ ଅନେକ କାରଣ ଅଛି ଯେଉଁଥି ପାଇଁ ବ୍ୟବସ୍ତାର ଅବହେଳାମ ମଧ୍ୟ ଦାୟୀ। ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଖରାପ ରାସ୍ତା ମଧ୍ୟ ଏଥିପାଇଁ ଦାୟୀ। ଖରାପ ରକ୍ଷଣାବେକ୍ଷଣ ମଧ୍ୟ ଏଥିପାଇଁ ଦାୟୀ। ବ୍ରେକ୍ ଏବଂ ଟାୟାର ଭଳି ଜିନିଷରେ ସମସ୍ୟା ହେତୁ ଏଭଳି ଦୁର୍ଘଟଣା ମଧ୍ୟ ଘଟେ। ଓଭରଟେକିଂ, ଅସାବଧାନତା ଭାବେ ଗାଡ଼ି ଚଲାଇବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଂଘନ ସାଧାରଣତଃ ଭାରତୀୟ ରାସ୍ତାରେ ଦେଖାଯାଏ।