ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଉତ୍ତରାଖଣ୍ଡରେ ହିମସ୍ଖଳନ: ବରଫ ଅତଡା ତଳେ ପୋତି ହୋଇ ରହିଛନ୍ତି ୫୦ରୁ ଅଧିକ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

Published By : Harapriya Biswal | February 28, 2025 3:21 PM

ନୂଆଦିଲ୍ଲୀ,୨୮।୨: ପାର୍ବତ୍ୟ ଅଞ୍ଚଳରେ ଜାରି ରହିଛି ବର୍ଷା ଓ ହିମପାତ। ହିମାଚଳ ପ୍ରଦେଶରୁ ନେଇ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସବୁଠି ପ୍ରକୃତିର ତାଣ୍ଡବ। ଶୁକ୍ରବାର ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ ଧରଣର ହିମସ୍ଖଳନ ହୋଇଥିବା ନେଇ ଖବର ମିଳିଛି । ଚମୋଲିର ମାଣା ଗାଁରେ ରାସ୍ତା ନିର୍ମାଣ ବେଳେ ଏହି ହିମସ୍ଖଳନ ଘଟିଛି। ବରଫ ତଳେ ପ୍ରାୟ ୫୭ ଜଣ ଶ୍ରମିକ ଫସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।  

ମିଳିଥିବା ସୂଚନା ଅନୁସାରେ, ବରଫ ଅତଡା ଧସି ଯିବା କାରଣରୁ ବର୍ଡର ରେଡସ୍‌ ଅର୍ଗାନାଇଜେସନ୍ (ବିଆରଓ)ର ୫୭ ଶ୍ରମିକ ପୋତି ହୋଇଯାଇଥିଲେ। ଏସଡିଆରଏଫ୍, ଏନ୍‌ଡିଆରଏଫ୍, ଜିଲ୍ଲା ପ୍ରଶାସନ, ଆଇଟିବିପି ଓ ବିଆରଓର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ଜାରି ରହିଛି ରେସକ୍ୟୁ ଅପରେସନ୍।   

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଚୀନ୍ ସୀମାର ଖୁବ୍ ନିକଟରେ ଭାରତର ପ୍ରଥମ ଗାଁ ଭାଗରେ ମିଣାକୁ ଜଣାଯାଏ। ଗ୍ଲାସିୟର ଭାଙ୍ଗିବା କାରଣରୁ ଏଭଳି ଅଘଟଣ ଘଟିଛି। ମାଣା ନିକଟରେ ଥିବା ପୋଷ୍ଟ ତଳେ ଗ୍ରିଫ କ୍ୟାମ୍ପର କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ଦୁଇ ଦିନ ହେବ ପାହାଡିଆ ଅଞ୍ଚଳରେ ପାଗ ବହୁତ ଖରାପ ଥିଲା । ଉତ୍ତରାଖଣ୍ଡ ସହ ହିମାଚଳ, ପ୍ରଦେଶର କିଛି ଅଞ୍ଚଳରେ ଖୁବ୍‌ ଜୋରରେ ବର୍ଷା ଲାଗି ରହିଛି । କିଛି ନଦୀ ମାନଙ୍କରେ ପାଣି ଫୁଲିକି ରହିଛି । କେବଳ ସେତିକି ନୁହେଁ ପ୍ରବଳ ତୁଷାରପାତ ପରେ ଭୟଙ୍କର ହିମସ୍ଖଳନ ଏବେ ଆହୁରି ବିପଦ ପାଲଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.