ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଖୋଲିଲା ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିର, ୧୩ କ୍ୱିଣ୍ଟାଲ ଫୁଲରେ ଝଲସୁଛି ମନ୍ଦିର

Published By : Anindita Ratha | May 2, 2025 8:37 AM

ନୂଆଦିଲ୍ଲୀ,୦୨/୦୫: ଆଜିଠୁ ଖୋଲିଲା ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟ ଫାଟକ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ପୁରା ମନ୍ଦିରକୁ ଫୁଲରେ ସଜାଯାଇଛି। ଆକର୍ଷଣୀୟ ଭାବେ ଫୁଲରେ ମନ୍ଦିରକୁ ସଜା ଯାଇଛି । ସବୁଥର ପରି, ଏଥର ମଧ୍ୟ ମନ୍ଦିରର ଦ୍ୱାର ଖୋଲିବା ପୂର୍ବରୁ, ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏହି ପବିତ୍ର ଅବସରରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଶ୍ରୀ କେଦାରନାଥ ଧାମ ପରିସରରେ ଉପସ୍ଥିତ ଥିଲେ। ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ । 

ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ। ସେହିପରେ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ। ଦ୍ୱାର ଖୋଲିବା ପ୍ରକ୍ରିୟାରେ ବିଭିନ୍ନ ପାରମ୍ପରିକ ରୀତିନୀତି ସାମିଲ ଅଛି, ଯେଉଁଥିରେ ବାବା କେଦାରଙ୍କ ଶୀତକାଳୀନ ବାସସ୍ଥାନ, ଉଖିମଠର ଓଁକାରେଶ୍ୱର ମନ୍ଦିରରୁ କେଦାରନାଥ ଧାମକୁ ଚଳନ୍ତି ପ୍ରତିମା ଯାତ୍ରା ଅନ୍ତର୍ଭୁକ୍ତ।ଧାମକୁ ସଜାଇବା ପାଇଁ ପ୍ରାୟ ୧୦୮ କ୍ୱିଣ୍ଟାଲ ଫୁଲ ବ୍ୟବହୃତ ହୋଇଛି। କେଦାରନାଥ ଧାମ ରୁଦ୍ରପ୍ରୟାଗ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ୧୧,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ।

ମନ୍ଦିର ସଜାଇବାରେ ନିୟୋଜିତ ସ୍ୱେଚ୍ଛାସେବକଙ୍କ ଦଳର ନେତୃତ୍ୱ ନେଉଥିବା ଗୁଜରାଟର ଭଦୋଦରାର ବାସିନ୍ଦା ଶ୍ରୀଜଲ ବ୍ୟାସ କହିଛନ୍ତି ଯେ, ସାଜସଜ୍ଜା ପାଇଁ ଗୋଲାପ ଏବଂ ଗାଣ୍ଡୁଲା ସମେତ ୫୪ ପ୍ରକାରର ଫୁଲ ବ୍ୟବହାର କରାଯାଇଛି। ଏହି ଫୁଲଗୁଡ଼ିକ ନେପାଳ, ଥାଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ବ୍ୟତୀତ ଦିଲ୍ଲୀ, କାଶ୍ମୀର, ପୁଣେ, କୋଲକାତା ଏବଂ ପାଟନାରୁ ଅଣାଯାଇଛି।ସେହିପରି ଗାଁଦାଳ ଫୁଲଗୁଡ଼ିକ ସ୍ୱତନ୍ତ୍ର ଭାବରେ କୋଲକାତାର ଏକ ନିର୍ଦ୍ଦିଷ୍ଟ ଗାଁରୁ ଅଣାଯାଇଥାଏ । ସେହିପରି ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ପଶ୍ଚିମବଙ୍ଗର ୩୫ ଜଣ କଳାକାର ମଧ୍ୟ ସାହାଯ୍ୟ କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.