ନୂଆଦିଲ୍ଲୀ, ୦୭/୦୨ : ବଡ଼ା ପାୱ ଗାର୍ଲଙ୍କ ବୈବାହିକ ସମ୍ପର୍କରେ ଝଡ଼। ସ୍ଵାମୀଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ। ସୋସିଆଲ ମିଡିଆରେ ଦେଖାଇଲେ ପ୍ରମାଣ। ଭାଙ୍ଗିଯିବ କି ସମ୍ପର୍କ? ବିଗ ବସ୍ ଓଟିଟି-୩ ଫେମ୍ ତଥା ସୋସିଆଲ ମିଡିଆ ଷ୍ଟାର ଚନ୍ଦ୍ରିକା ଦୀକ୍ଷିତ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ଇନଷ୍ଟାଗ୍ରାମରେ ଚନ୍ଦ୍ରିକା କାନ୍ଦି କାନ୍ଦି ଏକ ଭିଡିଓ ପୋଷ୍ଟ କରିଛନ୍ତି। ତାଙ୍କୁ ତାଙ୍କ ସ୍ଵାମୀ ଧୋକା ଦେଇଥିବା କଥା ସେ କହିଛନ୍ତି। ତାଙ୍କର ଏହି ଭିଡିଓ ପରେ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ସେପଟେ ଚନ୍ଦ୍ରିକାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଅନ୍ୟ ଜଣେ ଯୁବକଙ୍କ ହାତରୁ ସିନ୍ଦୂର ପିନ୍ଧୁଛନ୍ତି। ଚନ୍ଦ୍ରିକା ଦ୍ଵିତୀୟ ବିବାହ କରିଥିବା ଏବେ ଚର୍ଚ୍ଚା ହେଉଛି। 

ଚନ୍ଦ୍ରିକା କିଛି ଦିନ ତଳେ ତାଙ୍କ ସ୍ଵାମୀ ଯୁଗମ ଗେରାଙ୍କ ନାଁରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିଲେ। ଚନ୍ଦ୍ରିକା ଇନଷ୍ଟାଗ୍ରାମରେ କାନ୍ଦି କାନ୍ଦି ଏକ ଭିଡିଓ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, ଦୁନିଆକୁ କଣ ଆମ ଝଗଡ଼ା ଦେଖାଇବା ? ଦୁଇ ମାସ ହେଲାଣି ମୁଁ କଣ ସବୁ ବରଦାସ୍ତ କରୁଛି ତୁମେ ଜାଣିଛ ? ବାସ୍ ମୁଁ କିଛି କହୁନି... ଏହାପରେ ସେ ତାଙ୍କ ସ୍ଵାମୀଙ୍କ ସହ ଅନ୍ୟ ଜଣେ ଝିଅର ଫଟୋ ସ୍କ୍ରିନରେ ଦେଖାଇଥିଲେ। 

ଚନ୍ଦ୍ରିକା କହିଥିଲେ, ମୁଁ ଦୋକାନ ସମ୍ଭାଳୁଛି, ପିଲାକୁ ସମ୍ଭାଳୁଛି, ଘର ସମ୍ଭାଳୁଛି, ହେଲେ ତୁମେ ଏମିତି କାମ କରୁଛ। କାହାକୁ ପଚାରି ଏତେ ସବୁ କରୁଛ ? ଯେଉଁ ଝିଅ ତୁମ ଅଗ ପଛରେ ସ୍ଵାମୀ ସ୍ଵାମୀ କହି ବୁଲୁଛୁ ତା ସହ ତୁମେ ଏମିତି କାମ କରୁଛ । ଚନ୍ଦ୍ରିକାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ତେବେ ଚନ୍ଦ୍ରିକାଙ୍କ ଏହି ଭିଡିଓ ପରେ ତାଙ୍କ ସ୍ଵାମୀ ଯୁଗମ ଗେରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ତାଙ୍କ ପାଇଁ ଚନ୍ଦ୍ରିକା ଦିଲ୍ଲୀରେ ବଡ଼ା ପାୱ ଦୋକାନ ଖୋଲି ପାରିଛନ୍ତି। ଯେକୌଣସି ପରିସ୍ଥିତିରେ ସେ ଏହି ଦୋକାନ ଚନ୍ଦ୍ରିକାଙ୍କୁ ଦେବେ ନାହିଁ। ଏହି ଦୋକାନକୁ ଯଦି ଅନ୍ୟ କେହି ନେବାକୁ ଚେଷ୍ଟା କରନ୍ତି ତାହେଲେ ସେ ଗୋଡ଼ ଭାଙ୍ଗି ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି। 

 
 
 
 
 
 
 
 
 
 
 
 
 
 
 

A post shared by Yugam gera (@gera__sahab)

ଏହି ଖବରଟିକୁ ପଢନ୍ତୁ- ଛାଡ଼ପତ୍ର ଗୁଜବ ମଧ୍ୟରେ ସୁନୀତାଙ୍କ ବଡ଼ ଘୋଷଣା, ୫୮ ବର୍ଷ ବୟସରେ ବଲିଉଡ୍‌ରେ କରିବେ ଡେବ୍ୟୁ