ନୂଆଦିଲ୍ଲୀ,୦୨/୦୫; ଆଇପିଏଲ ୨୦୨୬ରେ ତାଙ୍କ ବ୍ୟାଟିଂରେ ହଇଚଇ ସୃଷ୍ଟି କରିଥିଲା । ବୟସ ମାତ୍ର ୧୫ ବର୍ଷ ହେଲେ ବ୍ୟାଟିଂରେ ବିସ୍ଫୋରଣ । ମହା ମହା ବୋଲରଙ୍କୁ ଆଇପିଏଲରେ ପିଟିଛନ୍ତି । ଆଇପିଏଲ ତମାମ ବୈଭବଙ୍କ ଚର୍ଚ୍ଚା ହୋଇଥିଲେ । ଆଇପିଏଲ ସରିବା ପରେ ବି ତାଙ୍କ କଥା । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଏବେ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଦାବି ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ବୈଭବଙ୍କ ସମର୍ଥନରେ ବାରିଛନ୍ତି । ତାଙ୍କୁ କେବେ ଟିମ୍ ଇଣ୍ଡିଆ ପାଇଁ ଚୟନ କରାଯିବ ବୋଲି ବିସିସିଆଇକୁ ପ୍ରଶ୍ନ କରିଛନ୍ତି ।
ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ବିଶ୍ୱାସ କରନ୍ତି ଯେ, ଏହି ଯୁବ ବ୍ୟାଟର ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଯୋଗ୍ୟ ପ୍ରମାଣିତ କରିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସହିତ ସମଗ୍ର ସିଜନରେ କ୍ରିକେଟ୍ ଜଗତର ଦୃଷ୍ଟି ଆକର୍ଷଣ କରିଥିଲେ । ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ୧୬ଟି ମ୍ୟାଚ୍ ରେ ୭୭୬ ରନ୍ କରିଥିଲେ । ଯାହାର ହାରାହାରି ୪୮.୫୦ ଏବଂ ଷ୍ଟ୍ରାଇକ୍ ରେଟ୍ ୨୩୭.୩୦ ଥିଲା । ଏହି ପ୍ରଭାବଶାଳୀ ପ୍ରଦର୍ଶନ ତାଙ୍କୁ ଅରେଞ୍ଜ କ୍ୟାପ୍ ଏବଂ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ସ୍କୋରର କରିଥିଲା । ଜାଡେଜା ମାନନ୍ତି ଯେ, ବୈଭବ ଏବେ ଚୟନକର୍ତ୍ତାଙ୍କ ନିକଟରେ ତାଙ୍କର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ପଚରାଯିବାରୁ, ଅଜୟ ଜାଡେଜା ତୁରନ୍ତ ଉତ୍ତରେ କହିଛନ୍ତି ଭାଇ ତାଙ୍କଠୁ ଭଲ କିଏ ଖେଳିବ ? ମୁଁ ତ ଚେୟାରମ୍ୟାନଙ୍କୁ କହିଥିଲି ତାଙ୍କୁ ଏବେ ଟିମ୍ରେ ସାମିଲ କରିବନି ଆଉ କେବେ କରିବ ? ବୟସ କଥା ଛାଡନ୍ତୁ ତାଙ୍କଠୁ ଭଲ କିଏ ଖେଳିବ ?
ଏହା ବି ପଢନ୍ତୁ...Vaibhav Sooryavanshi: ୧୫ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ , IPLରେ ରେକର୍ଡକୁ ନେଇ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ପାଇଁ ବଢ଼ିଲା ଦାବି
ଟିମ୍ ଇଣ୍ଡିଆରେ ବୈଭବଙ୍କ ଚୟନ ପାଇଁ ଦାବି ଜୋରଦାର ହୋଇଛି କାରଣ ସେ କେବଳ ରନ କରିନଥିଲେ ବରଂ ସମଗ୍ର ସିଜିନରେ ମ୍ୟାଚ୍ ପରିବର୍ତ୍ତନକାରୀ ଇନିଂସ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ଫାଇନାଲରେ ପ୍ରବେଶ କରିପାରିନଥିଲା । କିନ୍ତୁ ବୈଭବଙ୍କ ପ୍ରଭାବ ପୁରା ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ IPL 2026 ର ସବୁଠାରୁ ମୂଲ୍ୟବାନ ଖେଳାଳି (MVP) ଭାବରେ ସମ୍ମାନିତ କରାଯାଇଥିଲା । ସେ ସିଜନର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ଏକା ପୁରସ୍କାର ପୋଛି ନେଇଥିଲେ ବୈଭବ । ରେକର୍ଡ ଭାଙ୍ଗି IPL ଅଭିଯାନ ପରେ, ବୈଭବ ସୂର୍ଯ୍ୟବଂଶୀ ଦେଶର ସବୁଠାରୁ ଚର୍ଚ୍ଚିତ ଯୁବ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି । କ୍ରିକେଟ ବିଶେଷଜ୍ଞ, କ୍ରୀଡା ବିଶ୍ଳେଷକ, ପୂର୍ବତନ ଖେଳାଳି ଏବଂ ପ୍ରଶଂସକ ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରନ୍ତି ।