ନୂଆଦିଲ୍ଲୀ,୨୪/୧୨; ୬,୬,୬,୬,୬,୬ । ବଲ୍ ବାଉଣ୍ଡ୍ରୀ ଛୁଇଁଲା, ଆକାଶରେ ଉଡ଼ି ପଡିଆ ବାହାରକୁ ଗଲା । ୮୪ ବଲ୍, ୧୯୦ ରନ୍ । ୧୬ ଚୌକା, ୧୫ ଛକା । ୨୦୨୫-୨୬ ବିଜୟ ହଜାର ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିହାର ପାଇଁ ବିସ୍ଫୋରଣ ପାଳି ଖେଳି ହଲଚଲ ମଚାଇଛନ୍ତି ୧ ୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ୩୬ ବଲରେ ଧୂଆଁଧାର ପାଳି ଖେଳି ଦିନିକିଆରେ ବିଶ୍ୱ ରେକର୍ଡ କରିଛନ୍ତି । ଘରୋଇ କ୍ରିକେଟରେ ଉଦୀୟମାନ ପ୍ରତିଭା ସୂର୍ଯ୍ୟବଂଶୀ ଆକ୍ରମଣାତ୍ମକ ବ୍ୟାଟିଂର ପରିଚୟ ଦେଇଛନ୍ତି । ରେକର୍ଡ ବ୍ରେକର ଇନିଂସ ଖେଳିଛନ୍ତି । ସବୁଠୁ ଦ୍ରୁତ ୧୫୦ରନ୍ କରିଥିବା ପ୍ଲେୟାର ହୋଇଛନ୍ତି ବୈଭବ । ବିହାରର ଦଳୀୟ ସ୍କୋର ୫୭୪ ରନ୍ କରିଛି । ଯାହା ମହାରେକର୍ଡ ବୋଲି କୁହାଯାଉଛି ।
ଲିଷ୍ଟ ଏ କ୍ରିକେଟରେ ସବୁଠୁ ଦ୍ରୁତ ୧୫୦ ରନ୍ ମାମଲାରେ ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଡିଭିଲିୟର୍ସ ୨୦୨୫ ବିଶ୍ୱକପରେ ୬୪ ବଲରେ ୧୫୦ରନ୍ କରିଥିଲେ । ଏବେ ଏହି ରେକର୍ଡ ୧୪ ବର୍ଷୀୟ ବୈଭବଙ୍କ ନାମରେ ରହିଛି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ମାତ୍ର ୫୯ ବଲରେ ୧୫୦ରନ କରିଛନ୍ତି ସୂର୍ଯ୍ୟବଂଶୀ ।
ଲିଷ୍ଟ ଏ କ୍ରିକେଟରେ ଦ୍ରୁତ ୧୫୦ ରନ୍
୫୯ ବଲ୍- ବୈଭର ସୂର୍ଯ୍ୟବଂଶୀ ବନାମ ଅରୁଣାଚଳ ପ୍ରଦେଶ (୨୦୨୫)
୬୪ ବଲ୍-ଏବି ଡିଭିଲିୟର୍ସ ବନାମ ୱେଷ୍ଟଇଣ୍ଡିଜ (୨୦୧୫)
୬୫ ବଲ୍- ଜୋସ୍ ବଟଲର ବନାମ ନେଦରଲାଣ୍ଡସ (୨୦୨୨)
ଦ୍ରୁତ ଡବଲ ସେଞ୍ଜୁରୀରୁ ବଞ୍ଚିତ- ଆଉ ୧୦ ରନ୍ କରିଥିଲେ ସୂର୍ଯ୍ୟବଂଶୀ ଦ୍ରୁତ ଡବଲ ସେଞ୍ଜୁରୀ କରିଥାନ୍ତେ । ହେଲେ ୧୯୦ରନରେ ଆଉଟ ହୋଇଗଲେ । ୧୦ ରନ୍ ହୋଇଥିଲେ ଲିଷ୍ଟ A କ୍ରିକେଟରେ ତାଙ୍କର ପ୍ରଥମ ଦ୍ୱିଶତକ ହୋଇଥାନ୍ତା ଏବଂ ସେ ଲିଷ୍ଟ A କ୍ରିକେଟରେ ଦ୍ରୁତତମ ଦ୍ୱିଶତକର ରେକର୍ଡ ସ୍ଥାପନ କରିଥାନ୍ତେ । ଲିଷ୍ଟ A କ୍ରିକେଟରେ ଦ୍ରୁତତମ ଦ୍ୱିଶତକର ରେକର୍ଡ ବର୍ତ୍ତମାନ ଚେଡ୍ ବୋବସଙ୍କ ନାମରେ ଅଛି । ଯିଏ ୧୦୩ ବଲରେ ତାଙ୍କର ଦ୍ୱିଶତକ ପୂରଣ କରିଥିଲେ ।