କୋକସରା,୨୦/୦୧: ବନ୍ଦେ ମାତରମ ସଙ୍ଗୀତର ୧୫୦ତମ ପୂର୍ତ୍ତି । ଏହି ଅବସରରେ ବନ୍ଦେ ମାତରମ ଧ୍ୱନିରେ ଗୁଞ୍ଜରିତ ହେଲା ପରିବେଶ।ସାରା ଦେଶରେ ଜାତୀୟତା ଓ ଦେଶାତ୍ମବୋଧକକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବନ୍ଦେ ମାତରମ ଗୀତକୁ ସାମୁହିକ ଭାବେ ଦେଶବାସୀ ସମ୍ମାନ ଜଣାଇ ଗାନ କରୁଛନ୍ତି। ବଙ୍କିମ ଚନ୍ଦ୍ର ଚାଟର୍ଜୀଙ୍କ ଦ୍ଵାରା ଲିଖିତ ଏହି ସଙ୍ଗୀତକୁ ୧୯୫୦ ମସିହା ଗଣତନ୍ତ୍ର ଦିବସରେ ଜାତୀୟ ସଙ୍ଗୀତ ଭାବେ ମାନ୍ୟତା ପ୍ରଦାନ ମିଳିଥିଲା। ଏନେଇ ଆଜି କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟ କଲେଜ ପରିସରରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମକୁ ସାମୂହିକ ଭାବେ ଗାନ କରାଯାଇଛି।
କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେର, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ବିଇଓ ମହେଶ କୁମାର ଭାଟି, ଏବିଇଓ ତୋଫାନ ମାଝୀ,ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଧର୍ମଗଡ ବିଧାୟକଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ସାଂସଦ ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଉପସ୍ଥିତ ରହି ଜାତୀୟ ସଙ୍ଗୀତ ବନ୍ଦେ ମାତରମର ପୂର୍ବାଲୋକନ ଓ ଭାରତ ଇତିହାସରେ ମହତ୍ତ୍ୱ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସଞ୍ଜୀବ କୁମାର ପାଢୀ ମଞ୍ଚ ସଂଯୋଜନା କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀମାନେ ଉପସ୍ଥିତ ଥିଲେ।